ସୋସିଆଲ ମିଡିଆରେ ସୁଗନ୍ଧା ଏବଂ ସଙ୍କେତଙ୍କ ବିବାହ ଫଟୋ ଏବଂ ଭିଡିଓକୁ ବେଶ ଏନଜଏ କରୁଛନ୍ତି ଫ୍ୟାନ୍ସ । ପ୍ରକାଶ ଥାଉକି, ସଙ୍କେତ,ସୁଗନ୍ଧାଙ୍କୁ ‘କେୟାରିଙ୍ଗ୍ ୱାଇଫ୍’ ବୋଲି କହିଛନ୍ତି , କିନ୍ତୁ ଏକ ଟ୍ୱିଷ୍ଟ ସହିତ । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ‘ସାଦି କେ ବାଦ୍’ ।

ନୂଆଦିଲ୍ଲୀ : ଲୋକପ୍ରିୟ କମେଡିଆନ୍ ତଥା ସିଙ୍ଗର ସୁଗନ୍ଧା ମିଶ୍ରଙ୍କୁ କିଏ ବା ନଜାଣେ । କଥା କଥାରେ ଲୋକଙ୍କୁ ହଜାଇ ହସାଇ ବେଦମ୍ କରନ୍ତି ସୁଗନ୍ଧା । ଏହା ସହିତ ନିଜ ଗାୟିକିରେ ଦର୍ଶକଙ୍କ ହୃଦୟ ଜିତନ୍ତି ସେ । ତେବେ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁଗନ୍ଧା । ଗତ ୨୬ ଏପ୍ରିଲରେ ସଙ୍କେତ ଭୋସଲେଙ୍କୁ ନିଜର ଜୀବନସାଥି କରିଛନ୍ତି । ତାଙ୍କ ବିବାହ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେ ସେୟାର କରିଥିଲେ । ଏହାପରେ ସୋସିଆଲ ମିଡିଆରେ ତାଙ୍କ ଫଟୋ ବେଶ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ନିକଟରେ ସଙ୍କେତ ଭୋସଲେ ଫ୍ୟାନ୍ସ ମାନଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ, ସେ ବିବାହ ପରେ ସୁଗନ୍ଧାଙ୍କ ସହ ପ୍ରଥମ ଝଲକ୍ ନଜର ଆସୁଛି । ଏଥିରେ ସୁଗନ୍ଧା ପତି ସଙ୍କେତଙ୍କୁ ଚା’ ପିଇବା ପାଇଁ ପଚାରୁଥିବା ନଜର ଅସୁଛନ୍ତି । ଭିଡିଓଟି ଏକଦମ୍ ଫନି ରହିଛି । ଯାହା ଦେଖିବା ପରେ କେହିବି ନିଜ ହସକୁ ଚାପି ରଖି ପାରିବେ ନାହିଁ ।
