ଅର୍ଗସ ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀଙ୍କ ପଛେ ପଛେ କେତେ ଲୋକ ଯାଆନ୍ତି। ବଡିଗାର୍ଡ, ଡ୍ରାଇଭର, ଡ୍ରେସ ଡିଜାଇନର ଇତ୍ୟାଦି ଇତ୍ୟାଦି। ହେଲେ ଅଭିନେତ୍ରୀ ସାରା ଅଲି ଖାନ୍ ସାଧାରଣ ଅଟୋ ରିକ୍ସାରେ ଯିବା ବେଳେ ସ୍ପଟ୍ ହୋଇଛନ୍ତି। ବୁଧବାର ମୁମ୍ବାଇରେ ଆୟୋଜିତ ଏକ ଇଭେଣ୍ଟରେ ସାରା ସାମିଲ ହୋଇଥିଲେ। ସେଠାରେ ସେ ଗୋଲାପି ରଙ୍ଗର ପାରମ୍ପରିକ ଡ୍ରେସ୍ ପିନ୍ଧିଥିଲେ। ହେଲେ ସେହି ଇଭେଣ୍ଟ ଆଟେଣ୍ଡ ପରେ ସେ ଅଟୋରେ ବସି ଯାଉଥିବା ଦେଖିବାକୁ ମିଳିଲା। ଗଣମାଧ୍ୟମର ଫଟୋଗ୍ରାଫର ଦଉଡି ଦଉଡି ପ୍ରଶ୍ନ କଲେ, ଏମିତି କ'ଣ ପାଇଁ ?
ସାରା କହିଲେ, ତାଙ୍କୁ ନେବାକୁ ଠିକ୍ ସମୟରେ କାର୍ ଆସି ନ ଥିଲା। ସେଥିପାଇଁ ସେ ଅଟୋରେ ବସିପଡିଲି। ସାଧାରଣ ଲୋକଙ୍କ ସହ ମିଶିବାକୁ ମୁଁ ପସନ୍ଦ କରେ।
ସୂଚନାଯୋଗ୍ୟ, ୨୦୧୮ରୁ ସେ ‘କେଦାରନାଥ’ ଜରିଆରେ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ। ଏଥିସହ ତାଙ୍କ ହାତରେ ଏବେ ଆଉ ୩ଟି ଫିଲ୍ମ ରହିଛି। ନିକଟରେ ଅଭିନେତା ଭିକି କୌଶଲଙ୍କ ମୁଭି ‘ଜରା ହକ୍କେ ଜରା ବଚ୍କେ’ ଜୁନ୍ ୨ରେ ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଛି। ଏହା ପୂର୍ବରୁ ଦୁହେଁ ତାଙ୍କ ଫିଲ୍ମ ପ୍ରମୋଶନ ପାଇଁ ଲାଗି ପଡ଼ିଛନ୍ତି। ହୁଏତ ଏଇଟା ଗୋଟାଏ ପବ୍ଲିସିଟି ଷ୍ଟଣ୍ଟ ହେଇଥିବ।
ଫିଲ୍ମି ଖବର ପଢନ୍ତୁ