ନୂଆଦିଲ୍ଲୀ : ୨୦୨୦ ବଲିଉଡ ଜଗତ ପାଇଁ ବିଶେଷ ଖାସ୍ ନଥିଲା । କରୋନା ମହାମାରୀ କାରଣରୁ ସମସ୍ତ କଳାକାର ମାନେ ନିଜ ନିଜ ଘରେ ରହିଥିଲେ । କିଛି କଳାକାର ୨୦୨୦ ରେ ଏ ଦୁନିଆଁକୁ ଅଲ୍ବିଦା କରି ସବୁଦିନ ପାଇଁ ଚାଲିଯାଇଛନ୍ତି ଆରପାରିକୁ । ଏହା ବ୍ୟତୀତ ଡ୍ରଗ୍ସ ମାମଲାରେ ଅନେକ୍ କଳାକାରଙ୍କ ନାଁ ସାମ୍ନାକୁ ଆସିବା ଫଳରେ, ଅନେକ୍ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥିଲେ କିଛି କଳାକାର । ଏହି ମାମଲାରେ କିଛି ଜଣ ଗିରଫ୍ ମଧ୍ୟ ହୋଇଥିଲେ । ହେଲେ ବର୍ତ୍ତମାନ ସବୁକିଛି ଧିରେଧିରେ ନର୍ମାଲ ହେବାରେ ଲାଗୁଛି । ଏହା ସହିତ ପୁଣି ଥରେ କଳାକାର ମାନେ ପାର୍ଟି କରିବା ଆରମ୍ଭ କରିଦେଲେଣି । ନିକଟରେ ଫ୍ୟାଶନ୍ ଡିଜାଇନର ମନିଷ ମଲହୋତ୍ରା ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଅନେକ୍ ଜଣାଶୁଣା କଳାକାର ନଜର ଆସିଥିଲେ ।
ଏହି ପାର୍ଟିରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍,ରକୁଲ୍ ପ୍ରୀତ୍ ସିଂ,କିଆରା ଆଡଭାନୀ,ପରିଣୀତି ଚୋପ୍ରା ଏବଂ କରୋନ୍ ଜହୋର୍ ଭଳି କଳାକାର ସାମିଲ୍ ହୋଇଥିଲେ । ଏବେ ଏହି କଳାକାର ମାନଙ୍କର ଗ୍ଲାମରସ୍ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଏଥିରେ ସମସ୍ତଙ୍କ ଲୁକ୍କୁ ଫ୍ୟାନ୍ସମାନେ ବେଶ ପସନ୍ଦ କରୁଛନ୍ତି । ଏହା ସହିତ ଫ୍ୟାନ୍ସମାନେ ଏଥିରେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।