ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ସବୁବେଳେ ତାଙ୍କ ଅଭିନୟ ଓ ତାଙ୍କ ଅନ୍ଦାଜକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଏହାସହିତ ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ୍ ରହୁଥିବା ଦେଖିବାକୁ ମିଳେ । ତାଙ୍କର ଫଟୋ ଏବଂ ଭିଡିଓ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳେ । ନିକଟରେ ସେ ନିଜ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି , ଯାହାକି ଏବେ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଧମାଲ ମଚାଉଛି ।
ସାରା ସେୟାର କରିଥିବା ଫଟୋ ତାଙ୍କ ନିଜର ନୁହେଁ , ବରଂ ଜଣେ ମିଷ୍ଟ୍ରି ମ୍ୟାନଙ୍କ ଫଟୋ ସେ ସେୟାର କରିଛନ୍ତି । ଯେଉଁଥିରେ ମିଷ୍ଟ୍ରି ମ୍ୟାନଙ୍କ ମୁହଁ ଦେଖା ଯାଉନାହିଁ । ଏହି ଫଟୋ ଦେଖିବା ପରେ ଫ୍ୟାନ୍ସମାନେ ଭାବୁଛନ୍ତି ଯେ, ହୁଏତ ଏ କୌଣସି ଅଭିନେତା ହୋଇଥାଇପାରନ୍ତି ।
ଫଟୋରେ ଚେହେରା ଦେଖାନଯାଉଥିବାରୁ ଫ୍ୟାନ୍ସଙ୍କ ମଧ୍ୟରେ ଅଧିକ ଉତ୍ସୁକତା ଦେଖିବାକୁ ମିଳିଛି । ଏଥିରେ ସେ ଏକ ଲାଲ୍ ରଙ୍ଗର ଟି-ସର୍ଟ ପିନ୍ଧିବା ସହିତ, ଉପରେ ‘IGGY 7’ ଲେଖା ହୋଇଥିବା ଦେଖିବାକୁ ମିଳୁଛି । ଏହି ଫଟୋ ସେୟାର କରି ସାରା କ୍ୟାପସନରେ ଲେଖିଛନ୍ତି ଯେ, ଅନ୍ଦାଜା ଲଗାଇୟେ କୌନ୍ ୱାପସ୍ ଆ ଗୟା ହେ’ ।
ପ୍ରକାଶ ଥାଉକି, ସାରା ଅଲ୍ଲୀ ଖାନ୍ ଲାଷ୍ଟ ଟାଇମ୍ ଫିଲ୍ମ’କୁଲି ନମ୍ବର ୱାନ’ରେ ନଜର ଆସିଥିଲେ । ଏଥିରେ ତାଙ୍କ ସହ ଅଭିନେତା ବରୁନ୍ ଧୱନ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମକୁ ଅଧିକ ପ୍ରଶଂସା ମିଳିନଥିଲା ସତ , ହେଲେ ଦୁହିଁଙ୍କ ଯୋଡିକୁ ଦର୍ଶକ ପସନ୍ଦ କରିଥିଲେ । ଏହା ସହିତ ଖୁବ୍ ଶୀଘ୍ର ସାରା ଅଲ୍ଲୀ ଖାନ୍ ଅଭିନେତା ଅକ୍ଷର କୁମାର ଏବଂ ଧନୁଷଙ୍କ ସହ ଫିଲ୍ମ’ଅତରଙ୍ଗୀ ରେ’ରେ ନଜର ଆସିବାକୁ ଯାଉଛନ୍ତି ।