ପ୍ରକାଶ ଥାଉକି, ମୁମ୍ବାଇରେ କରୋନାର ପ୍ରକୋପ ବେଶ ବଢୁଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି , ପୂର୍ବ ଅପେକ୍ଷା ଏବେ ଲୋକମାନେ ଅଧିକ ସାବଧାନ ହୋଇ ଚଳୁଛନ୍ତି ।
ଏହାରି ମଧ୍ୟରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ବିନା ମାସ୍କରେ ଜିମ୍ ବାହାରେ ସ୍ପଟ ହେବାପରେ, ପାପାରାଜି ତାଙ୍କର ଫଟୋ କ୍ଲିକ୍ କରିଥିଲେ । ଏହି ସମୟରେ ସାରା ଅଲ୍ଲୀ ଖାନ କହୁଛନ୍ତି ଯେ,’ପାସ୍ ମତ୍ ଆନା’ । ସାରା, ମ୍ୟାମେରାପରସନଙ୍କୁ ଦୂରକୁ ଯିବାପାଇଁ ଅପିଲ କରୁଛନ୍ତି ।
ବିରଲ ଭାୟାନୀ ଦ୍ୱାରା ସେୟାର କରାଯାଇଥିବା ଫଟୋରେ, ସାରା ପାପାରାଜିଙ୍କୁ ଦୂରକୁ ଯିବାକୁ ନିର୍ଦ୍ଦେଶ ଦେଉଥିବା ନଜର ଆସୁଛନ୍ତି । ପ୍ରକୃତ କଥା ହେଲା, ସାରା ଅଲ୍ଳୀ ଖାନ ପିନ୍ଧିନଥିଲେ । ଯେଉଁଥିପାଇଁ ସୋସିଆଲ ମିଡିଆରେ ସେ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି ।
ଜଣେ ୟୂଜର ଲେଖିଛନ୍ତି ଯେ, ‘ହାଁ ତ ବେହେନ୍ ମାସ୍କ ପେହେନ୍ ଲୋ’ । ଅନ୍ୟ ଜଣେ ଲେଖିଛନ୍ତି ଯେ,’ଅର ୟେ ଲୋଗ କୋ ମାସ୍କ ପେହେନ୍ନେ କା ଭାଷଣ ଦେତି ହେ’ । ଆଉ ଜଣେ ଲେଖିଛନ୍ତି ଯେ, ‘ଦିଦି ମାସ୍କ କାହାଁ ହେ’ ?