ବନ୍ଧୁ ଏମିତି ବାମ୍ଫ ଦେଇଛି, ନା ସହି ହେଉଛି ନା କହି ହେଉଛି
ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ନିଜର ଅନ୍ଦାଜ ପାଇଁ ବେଶ ପରିଚିତ । ସବୁବେଳେ ସେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହି, ଫନି ଭିଡିଓ ଏବଂ ଡାନ୍ସ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ସେ ସେୟାର କରୁଥିବା ଫଟୋ ମଧ୍ୟ ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳେ । ନିକଟରେ ସେ ପୁଣି ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ସେ ଡକ୍ଟର ପାଖରେ ପହଞ୍ଚିଥିବା ନଜର ଆସୁଛନ୍ତି । ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି । ତାଙ୍କର ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ମାନେ ନିଜ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।
ସାରା ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ,’ନମସ୍କାର ଦର୍ଶକୋଁ । ଜ୍ଞାନୀ ଦାନ୍ତ ବାଏ ବାଏ ‘ । ଏହା ସହିତ ସେ କହିଛନ୍ତ ଯେ, ମୁଁ ଠିକ୍ସେ କଥା କହି ପାରୁନାହିଁ । ମୁଁ ଡକ୍ଟରଙ୍କ ପାଖକୁ ଆସିଛି । ଆଉ ଡକ୍ଟର ମୋର ଜ୍ଞାନ ଦାନ୍ତ ଉଠାଉଛନ୍ତି ।