ପରେ ଫିଲ୍ମ ଲଭ ଆଜ କଲ ୨ ବିଫଳ ହେବାପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥିଲା। ହେଲେ ଟ୍ରୋଲିଂ ଏବଂ ସୋସିଆଲ ମିଡିଆକୁ ସାରା ସେତେଟା ମହତ୍ତ୍ବ ଦେଇ ନ ଥାନ୍ତି ବୋଲି କହିଛନ୍ତି। ଫିଲ୍ମ `ଲଭ ଆଜ କଲ-୨’ ଶୁଟିଂ ସମୟରେ ଦୁହେଁ ପ୍ରେମ ଫାଶରେ ପଡ଼ିଥିଲେ। ମାତ୍ର ତାହା ବେଶୀ ଦିନ ଚାଲି ନ ଥିଲା। ତେବେ ଆଗାମୀ ଦିନରେ ସାରା ଫିଲ୍ମ `ଗ୍ୟାସଲାଇଟ’, `ଏ ବତନ ମେରେ’ ଏବଂ `ମେଟ୍ରୋ’ରେ ନଜରକୁ ଆସିବେ। ଏହାପୂର୍ବରୁ ସେ ଅକ୍ଷୟ କୁମାର ଏବଂ ଧନୁଷଙ୍କ ସହ `ଅତରଙ୍ଗି’ରେ କାମ କରିସାରିଛନ୍ତି।
ବ୍ରେକଅପକୁ ନେଇ ମୁହଁ ଖୋଲିଲେ ସାରା

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ସବୁବେଳେ ଚର୍ଚ୍ଚା ଲାଗିରହୁଥିଲା। ସେମାନଙ୍କ ବ୍ରେକଅପକୁ ନେଇ ସାରା ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ୨୦୨୦ ତାଙ୍କ ପାଇଁ ସବୁଠାରୁ ଖରାପ ବର୍ଷ ଥିଲା। ୟୁ ଟ୍ୟୁବର ରଣବୀର ଅହ୍ଲାବାଦିଆଙ୍କ ସହ କଥାବାର୍ତ୍ତାରେ ସାରା କହିଛନ୍ତି, ବ୍ରେକଅପ୍ରୁ ୨୦୨୦ ବର୍ଷ ଆରମ୍ଭ ହୋଇଥିଲା। ତାକୁ ନେଇ ସେ ବହୁତ ଦୁଃଖୀତ ହୋଇ ଯାଇଥିଲେ।
Download Argus News App
