ଏହି ଧମକ ପରେ ସଲମାନଙ୍କ ପରିବାର ଏବଂ ତାଙ୍କ ଫ୍ୟାନଙ୍କ ମନରେ ବହୁତ ଚିନ୍ତା ଥିଲା। ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଧମକ ଦେଉଥିବା ଲୋକଙ୍କୁ ପୋଲିସ ଉପଯୁକ୍ତ ଉତ୍ତର ଦେଇଛି।
ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ନିକଟରେ ସେ ଗ୍ୟାଙ୍ଗଷ୍ଟରଙ୍କ ଠାରୁ ମୃତ୍ୟୁ ଧମକ ପାଇଛନ୍ତି। ଏହାପରେ ତାଙ୍କ ଘର ବାହାରେ ହାଇ ସିକ୍ୟୁରିଟି ରଖାଯାଇଛି। ଗତକାଲି ରାତିରେ ମୁମ୍ବାଇ ପୋଲିସ କନଷ୍ଟେବଳ ଏବଂ ଅଧିକାରୀମାନେ ସଲମାନଙ୍କ ବାନ୍ଦ୍ରାସ୍ଥିତ ଗାଲାକ୍ସି ଘର ବାହାରେ ଜଗି ରହି ପାଟ୍ରୋଲିଂ କରୁଥିବା ଦେଖାଯାଇଥିଲା। ଏହି ମାମଲାରେ ମୁମ୍ବାଇ ପୋଲିସ ଲରେନ୍ସ ବିଷ୍ଣୋଇ, ଗୋଲଡି ବରାଡ଼ ଏବଂ ରୋହିତ ବରାଡଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି।
ଏହି ଧମକ ପରେ ସଲମାନଙ୍କ ପରିବାର ଏବଂ ତାଙ୍କ ଫ୍ୟାନଙ୍କ ମନରେ ବହୁତ ଚିନ୍ତା ଥିଲା। ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଧମକ ଦେଉଥିବା ଲୋକଙ୍କୁ ପୋଲିସ ଉପଯୁକ୍ତ ଉତ୍ତର ଦେଇଛି।
ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ
ଦେବଗଡ: ନମ୍ରତାର ଚରମ ଉଦାହରଣ ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର। ଆପଣ ଦେଖୁଥିବା ଭିଡିଓରେ ମନ୍ତ୍ରୀ ମହୋଦୟ ମଥାନତ କରି ସନ୍ନ୍ୟାସୀମାନଙ୍କ ଆଶିଷ ନେଉଛନ୍ତି। ସମାଜର ମଙ୍ଗଳ ପାଇଁ ମନ୍ତ୍ରୀ ମହୋଦୟ ମହିମା ସନ୍ନ୍ୟାସିଙ୍କ ଶରଣାଗତ ହୋଇଛନ୍ତି। ଆଉ ନିଜ ଟୁଇଟର ହ୍ୟାଣ୍ଡେଲରେ ଏ ଭିଡିଓଟିକୁ ପୋଷ୍ଟ କରି ଲେଖିଛନ୍ତି ଅଲେଖ ମହିମା।
ମହିମା ସମାଜର ପୂଜ୍ୟ ସାଧୁ ସନ୍ଥଙ୍କୁ ଭେଟିବା ପରେ ଦେବଗଡ ଗରିବ କଲ୍ୟାଣ ସମାବେଶକୁ ସମ୍ବୋଧନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମ୍ବୋଦନରେ ରାଜ୍ୟ ସରକାରଙ୍କ ଯୋଜନାକୁ ନେଇ ବର୍ଷିଥିଲେ ଧର୍ମେନ୍ଦ୍ର। ଧର୍ମେନ୍ଦ୍ର କହିଥିଲେ ଏବେ ସାରା ଦେଶ ସମେତ ଓଡ଼ିଶାରେ ଚଉମୁଖି ବିକାଶ ହେଉଛି। କେନ୍ଦ୍ର ସରକାର ଆବାସ ଯୋଜନାରେ ଲୋକଙ୍କୁ ଘର ଯୋଗାଇଛନ୍ତି। ତାଲିକା ଭୁଲ୍ ବନେଇ ଯୋଗ୍ୟ ଲୋକଙ୍କୁ ଘର ଦେଉ ନାହାଁନ୍ତି। ସ୍ବଚ୍ଛ ଭାରତ ମିଶନରେ ଘର ଘରକୁ ପାଇଖାନା ଯୋଗାଇ ଦିଆଯାଇଛି। 60 ପ୍ରତିଶତ ଗରିବ ଲୋକଙ୍କୁ ମାଗଣାରେ 5 କେଜି ଚାଉଳ ଦିଆଯାଉଛି। କେନ୍ଦ୍ର ଯୋଜନାକୁ ନିଜ ଷ୍ଟାମ୍ପ ଲଗାଇ ରାଜ୍ୟ ସରକାର ନିଜର କହୁଛନ୍ତି।
ଲୋକଙ୍କ ଘରକୁ ପାଣି ଦେବାକୁ ମୋଦି ଟଙ୍କା ଦେଲେ, ହେଲେ କାମରେ ଲାଗିଲାନି । ସେଭଳି ବନ୍ଦେ ଉତ୍କଳ ଜନନୀ, ବନ୍ଦେ ମାତରମ୍ ହେଉଛି ଡବଲ ଇଞ୍ଜିନ୍। ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ରାଜ୍ୟରେ ସରକାର ଗଢିବା, 2024ରେ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଶାସନ ଭାର ଦେବା। ବନ୍ଦେ ଉତ୍କଳ ଜନନୀ, ବନ୍ଦେ ମାତରମ୍ ହେଉଛି ଡବଲ ଇଞ୍ଜିନ୍। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ଅଧିକ ବିକାଶ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର।
ସେ ଆହୁରି କହିଛନ୍ତି, ରାଉରକେଲାକୁ ଟ୍ରେନ ଚାଲିବ। `ମୁଁ ଏ ପ୍ରସଙ୍ଗ କେନ୍ଦ୍ର ରେଳ ବିଭାଗକୁ ଜଣାଇବି'। `ରାଜ୍ୟ ସରକାର ଜାଗା ଦିଅନ୍ତୁ, ଖୁବ୍ ଶୀଘ୍ର ରେଳ ଚଳାଚଳ କରିବ'। ଅନ୍ୟପଟେ, ଦେବଗଡ଼ରେ ହେବ ନୂଆ ସେଣ୍ଟ୍ରାଲ ସ୍କୁଲ। `ରାଜ୍ୟ ସରକାରଙ୍କ ଅପାରଗତାରୁ ଦେବଗଡ଼ରେ ବିକାଶ ହୋଇପାରିନି'। `ପୂର୍ବରୁ ମୋତେ ଦାୟିତ୍ବ ନେବାକୁ ଅନୁରୋଧ କରାଯାଇଥିଲା'। `ଏଠାରେ ନୂଆ ସେଣ୍ଟ୍ରାଲ ସ୍କୁଲର ଭବନ ନିର୍ମାଣ କରାଯିବ' ବୋଲି ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସମ୍ବୋଧନରେ କହିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଓଲିଉଡ୍ କାଷ୍ଟିଂ କାଉଚ୍ ଅଭିଯୋଗରେ ନୂଆ ଟ୍ବିଷ୍ଟ। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଅଶ୍ଲୀଳ ଓ କଟୁ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ପ୍ରଯୋଜଜ ଟୁଟୁ ନାୟକ। ମୁମ୍ବାଇ ଡିଏନ୍ ନଗର ଥାନାରେ ଟୁଟୁ ନାୟକଙ୍କ ନାଁରେ ଅଭିଯୋଗ କରିଛନ୍ତି ପ୍ରକୃତି ମିଶ୍ର । ପ୍ରକୃତିଙ୍କ ଏତଲା ଆଧାରରେ ମୁମ୍ବାଇ ଡିଏନ୍ ନଗର ପୋଲିସ ମାମଲା ରୁଜ୍ଜୁ କରିଛି ।
ଟୁଟୁ ନାୟକଙ୍କ ନାଁରେ ଆଇପିସିର ଦଫା ୫୦୦, ୫୦୪, ୫୦୬ରେ ମାମାଲା ରୁଜୁ ହୋଇଛି । ଗୁରୁବାର ଟୁଟୁ ନାୟକଙ୍କ ନାଁରେ କାଷ୍ଟିଂ କାଉଚର ଅଭିଯୋଗ ଆଣିଥିଲେ ପ୍ରକୃତି ମିଶ୍ର । ଟୁଟୁ ଓ ତାଙ୍କ ଗ୍ରୁପ ଅଭିନୟର ପ୍ରଲୋଭନ ଦେଖାଇ ଅନେକ ଝିଅଙ୍କ ଜୀବନ ବରବାଦ କରିଥିବାର ଅଭିଯୋଗ କରିଥିଲେ ପ୍ରକୃତି। ଜବାବରେ ପ୍ରକୃତଙ୍କ ପ୍ରତି କଟୁ ଭାଷା ପ୍ରୟୋଗ କରିଥିଲେ ସଂଜୟ ନାୟକ।
ଅଧିକ ପଢନ୍ତୁ :ପ୍ରକୃତି, ପୁପୁଲ, ଜୈସ୍ମିନ୍ ଏକାଠି : ଅଡୁଆରେ ଟୁଟୁ ନାୟକ !
ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଫାଶୀମାଲ ଗସ୍ତ କରି ପୁରାତନ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି l ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଚଳିତ ବର୍ଷ କୁ ସେବା, ସୁଶାସନ ଓ ଗରିବ କଲ୍ୟାଣ ର ବର୍ଷ ଭାବେ ପାଳନ କରାଯିବା ସହ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚେଇବାର କାର୍ଯ୍ୟକ୍ରମ ରହିଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ତଥା ଗରିବ କଲ୍ୟାଣ ନୀତି ଯୋଗୁଁ ଦେଶ ତଥା ବିଦେଶରେ ଭାରତ ସୁନାମ ଲାଭ କରିପାରିଛି l ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଫାଶୀମାଳ ଡାକବଙ୍ଗଳ ଠାରେ ଅନୁଷ୍ଠିତ ବୈଠକ ରେ ପୁରାତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ସହ କୁଚିଣ୍ଡା ମାଟି ର ଦଳପ୍ରତି ବହୁତ ଅବଦାନ ରହିଥିବା କହିଥିଲେ l
ଏହି ଅବସରରେ ସମ୍ବଲପୁର ସାଂସଦ ନୀତିଶ ଗଂଗଦେବ, ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ, ସମ୍ପାଦକ ଟଙ୍କଧର ମହାପାତ୍ର, ଜିଲ୍ଲାସଭାପତି ଗିରିଶ ପଟେଲ ସମେତ ବିଭିନ୍ନ ବ୍ଲକ ରୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବିଜେପି ବିକାଶ କାର୍ଯ୍ୟ ଓ କେନ୍ଦ୍ର ମନ୍ତ୍ରୀ ଜନକଲ୍ୟାଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ ସରକାରଙ୍କ ପୂର୍ବ ପ୍ରଶାସନିକ ଅଧିକାରୀ, ପୂର୍ବତନ ପ୍ରଧାନ ଶିକ୍ଷକ, ପୂର୍ବତନ ଶିକ୍ଷକ, ବରିଷ୍ଠ ଆଇନଜୀବୀ,ସରପଞ୍ଚଙ୍କ ସହିତ ଅନେକ ବରିଷ୍ଠ ଓ ଯୁବ ନେତା ବିଜୁ ଜନତା ଦଳ ତ୍ଯାଗ କରି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତ ୮୦ରୁ ଉର୍ଦ୍ଧ ଆଜି ବିଜେପିରେ ଯୋଗଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ୩ ବ୍ଲକରୁ ପୁରାତନ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର