ଶାହରୁଖ୍ ଖାନ୍ ବୁର୍ଜ୍ ଖଲିଫା ସହ ଜଡିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବୁର୍ଜ ଖଲିଫା ସାମ୍ନାରେ ଠିଆହୋଇ ପୋଜ୍ ଦେଉଥିବା ନଜର ଆସୁଛନ୍ତି । ଏହି ଫଟୋକୁ ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ସେୟାର କରିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ ନିଜେ ନିଜକୁ ଦୁନିଆଁର ସବୁଠାରୁ ବଡ ସ୍କ୍ରିନ୍ରେ ଦେଖି ବହୁତ୍ ଖୁସି ଅନୁଭବ ହେଉଛି । ମୋର ସାଙ୍ଗ ମହମ୍ମଦ୍ ଅଲାବାର୍ ମୋର ଆଗାମୀ ଫିଲ୍ମ ପୂର୍ବରୁ ହିଁ ମୋତେ ସ୍କ୍ରିନ୍ରେ ଦେଖାଇଦେଲେ ।
ଶାହରୁଖ୍ ଖାନ୍ଙ୍କ ଫଟୋ ବ୍ୟତୀତ ତାଙ୍କର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହା ପ୍ରଥମ ଥର ପାଇଁ ନୁହେଁ ଯେ, ବୁର୍ଜ୍ ଖଲିଫା ଶାହରୁଖଙ୍କ ଜନ୍ମଦିନରେ ଏପରି ସଜାହୋଇଛି । ଏହା ପୂର୍ବରୁ ମଧ୍ୟ ତାଙ୍କ ଜନ୍ମଦିନରେ ବୁର୍ଜ୍ ଖଲିଫା ଏପରି ଅନ୍ଦାଜରେ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।