ନୂଆଦିଲ୍ଲୀ : ଅଭିନେତା ଶାହରୁଖ୍ ଖାନ୍ କିଛି ସମୟ ଧରି ସିଲ୍ଭର ସ୍କ୍ରିନ୍ରୁ ଦୂରେଇ ରହିଛନ୍ତି ସତ, ହେଲେ ସେ ତାଙ୍କ ଫ୍ୟାନ୍ସମାନଙ୍କ ଠାରୁ ଦୂରେଇ ନାହାଁନ୍ତି । ଶାହରୁଖ୍ ଜାଣନ୍ତି ଯେ ତାଙ୍କ ପାଇଁ ତାଙ୍କ ଫ୍ୟାନ୍ସ ହେଉଛନ୍ତି ତାଙ୍କର ଶକ୍ତି । ଯେଉଁଥିପାଇଁ ସେ ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ତେବେ ଖୁବ୍ ଶୀଘ୍ର ଫିଲ୍ମ’ପଠାନ୍’ରେ ନଜର ଆସିବାକୁ ଯାଉଛନ୍ତି ଅଭିନେତା ଶାହରୁଖ୍ ଖାନ୍ । ଏହାରି ମଧ୍ୟରେ ସେ ଟ୍ୱିଟରରେ AskSRK ସେସନ୍ ରଖିଛନ୍ତି । ଯେଉଁଥିରେ ସେ ଫ୍ୟାନ୍ସମାନଙ୍କୁ ଯେ କୌଣସି ପ୍ରଶ୍ନ ପଚାରିବାର ସୁଯୋଗ ଦେଇଛନ୍ତି ।
ଶାହରୁଖ୍ ଖାନ୍ ତାଙ୍କ ଫ୍ୟାନ୍ସ ମାନଙ୍କ ସହ ସିଧା ଯୋଡି ହୋଇ , ତାଙ୍କ ପ୍ରଶ୍ନର ଯବାବ୍ ଦିଅନ୍ତି । ଏହା ମାଧ୍ୟମରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ କରନ୍ତି । ତେବେ ଏହି କ୍ରମରେ ଜଣେ ଫ୍ୟାନ୍ସ ଶାହରୁଖ୍ ଖାନଙ୍କୁ ପଚାରିଲେ ଯେ, ‘ଝିଅ ପଟାଇବା ପାଇଁ ଟିପ୍ସ ଦିଅନ୍ତୁ’ ।
ଶାହରୁଖ୍ ଖାନ୍ ଏହାର ଯବାବ୍ ଦେଇ, ଉକ୍ତ ଫ୍ୟାନ୍ସଙ୍କ ଟ୍ୱିଟ୍ ର ରିଟ୍ୱିଟ କରି ଲେଖିଛନ୍ତି ଯେ, ‘ସର୍ବପ୍ରଥମେ ଚେଷ୍ଟା କରନ୍ତୁ ଆପଣ’ପଟାଇବା’ ଶବ୍ଦ ବ୍ୟବହାର ନକରିବା ପାଇଁ । ଏବଂ ସମ୍ମାନର ସହିତ ଚେଷ୍ଟା କରନ୍ତୁ ‘ ।
ପ୍ରକାଶ ଥାଉକି, ଶାହରୁଖ୍ ଖାନ୍ଙ୍କ ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ସ ମାନେ ବେଶ ଏକ୍ସସାଇଟେଡ୍ ଅଛନ୍ତି ।