ଯବାନ ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରୁଛି। ଏହାର ସେଲିବ୍ରେଶନ ବେଳେ ନିଜର ପ୍ରୋଜେକ୍ଟ ବିଷୟରେ ପ୍ରଶଂସକଙ୍କୁ ବଡ ଅପ୍ଡେଟ୍ ଦେଇଛନ୍ତି କିଙ୍ଗ ଖାନ। ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଫିଲ୍ମ ‘ଡଙ୍କି’ରେ ନଜର ଆସିବେ ଶାହାରୁଖ। ଏହାର ଶୁଟିଂ ପ୍ରାୟ ଶେଷ ହୋଇସାରିଲାଣି। ରିଲିଜକୁ ନେଇ ଚାଲିଛି ଚର୍ଚ୍ଚା। ଏକ ସମ୍ମିଳନୀରେ କିଙ୍ଗ୍ ଖାନ୍ ‘ଡଙ୍କି’ ଆସନ୍ତା ବର୍ଷ ନୁହେଁ ବରଂ ଏବର୍ଷ ହିଁ ରିଲିଜ ହେବ ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତା କ୍ରିସମାସରେ ଡଙ୍କି ପରଦାକୁ ଆସିବ ବୋଲି ସେ କହିଛନ୍ତି। ଶାହାରୁଖ୍ ଖାନଙ୍କ ଫିଲ୍ମ ‘ଡଙ୍କି’ର ଡିସେମ୍ବର ୨୨ ରେ ରିଲିଜ୍ ହେବ।
ଏହି ଫିଲ୍ମରେ ଶାହାରୁଖ୍ ଖାନଙ୍କ ବ୍ୟତିତ ତାପସୀ ପନ୍ନୁ, ରାଜକୁମାର ହିରାନୀ, ଭିକି କୌଶଲ, ସତୀଶ ସାହା, ବୋମାନ୍ ଇରାନୀ ଓ ଜେରେମି ଓ୍ବିଲର ଭଳି ଅଭିନେତାଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମଟି ପାଖାପାଖି ୧୦୦ କୋଟି ବଜେଟରେ ତିଆରି ହୋଇଛି । ଫିଲ୍ମର କାହାଣୀ ଲେଖିଛନ୍ତି କନିକା ଦିଲୋନ, ରାଜକୁମାର ହିରାନୀ ଓ ଅଭିଜିତା ଯୋଶି। ଫିଲ୍ମଟିକୁ ରାଜକୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୌରୀ ଖାନ ଓ ରାଜ କୁମାର ହିରାନୀ ପ୍ରଯୋଜକ ରହିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: