କିଛି ଦିନ ପୂର୍ବରୁ ଶାହିର ପତ୍ନୀ ରୁଚିକାଙ୍କର ସାଦଖିଆ ଉସ୍ବବ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ବର୍ତ୍ତମାନ ନୂଆ ନୂଆ ପିତା-ମାତା ହୋଇଥିବାରୁ ଶାହିର ଓ ରୁଚିକାଙ୍କୁ ଫ୍ୟାନ୍ସମାନେ ଶୁଭେଚ୍ଛା ଜଣାଉଛନ୍ତି ।
ପ୍ରକାଶ ଥାଉକି, ଗତବର୍ଷ ନଭେମ୍ବର ମାସରେ ଦୁହିଁଙ୍କ ବିବାହ ଖବର ସାମ୍ନାକୁ ଆସିଥିଲେ । ଦୁହେଁ କୋର୍ଟ ମ୍ୟାରେଜ୍ କରିଥିଲେ । ଏହାପରେ ଶାହିରଙ୍କ ପିତା-ମାତାଙ୍କ ଠାରୁ ଆର୍ଶିବାଦ ନେବା ପାଇଁ ଦୁହେଁ ଜମ୍ମୁ ଯାଇଥିଲେ । ଏହାପରେ ମୁମ୍ବାଇରେ ସେମାନେ ଏକ ଛୋଟ ରିସେପ୍ସନ ପାର୍ଟି ଦେଇଥିଲେ ।