ପୁଣି ଥରେ ଏମିତି କିଛି କହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସାହିଦ। ପ୍ରକୃତ ଘଟଣାକ୍ରମ ଜାଣିବାକୁ ଆମେ ଚେଷ୍ଟା କରିଥିଲୁ। ସୂଚନାନୁସାରେ, ନିକଟରେ ସାହିଦ କପୁର କହିଥିଲେ ମୁଁ ପୁଣି ଥରେ ସେହି ଚରିତ୍ର କରିବାକୁ ଚାହୁଁଛି ଯାହା ବାସ୍ତବରେ ମୋତେ ଭଲ ଲାଗିନଥିଲା। ଫିଲ୍ମ ପଦ୍ମାପତର ୫ ବର୍ଷ ପୂର୍ତ୍ତି ଅବସରରେ ପରେ ସାହିଦ କପୁର କହିଥିଲେ କି , ମୁଁ ନିଜକୁ ପସନ୍ଦ କରୁନି। ମୁଁ ଫସିଗଲି। ସାହିଦ ନିଜେ ଏକମତ ଯେ, ପଦ୍ମାବତ ଫିଲ୍ମ ସମୟରେ ରାଜା ରତନ ରାବଲ ସିଂ ଭୂମିକାରେ ସେ ୧୦୦ ପ୍ରତିଶତ ଅଭିନୟ କରିପାରିନଥିଲେ।
ଆଜ୍ଞା ହଁ, ଏକ ସାକ୍ଷାତକାରରେ ଅଭିନେତା ନିଜେ କହିଛନ୍ତି କି, ଯେତେବେଳେ ସେ ଫିଲ୍ମ ପଦ୍ମାବତରେ ରାଜା ରତନ ରାବଲ ସିଂହଙ୍କ ଭୂମିକାରେ ଅଭିନୟ କରୁଥିଲେ। ସେତେବେଳେ ସେ କେଉଁଠି ଫସି ଯାଇଥିଲେ। ଯେଉଁଥି ପାଇଁ ସେ ଫିଲ୍ମରେ ତାରଙ୍କ ୧୦୦ ପ୍ରତିଶତ ଦେଇପାରିନଥିଲେ। ଆଉ ମୋତେ ଗୋଟେ ଆଉଟ ସାଇଡର ପରି ଲାଗୁଥିଲା।
ତେବେ ସେ ଯାହା ବି ହେଉ ଏହି ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ ହୋଇଥିଲା। ଆଉ ଦର୍ଶକଙ୍କ ହୃଦୟରେ ଏବେବି ରାଜ କରୁଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: