ରିପୋର୍ଟ ଅନୁଯାୟୀ, ଡାଇରେକ୍ଟର ରାଜକୁମାର ହିରାନୀ ନିଜର ଅପକମିଙ୍ଗ ଫିଲ୍ମ ପାଇଁ ଏହି ରୋମାଣ୍ଟିକ ଯୋଡ଼ିକୁ କାଷ୍ଟ କରିଥିବା ଜଣାଯାଇଛି । ଯେଉଁଥିରେ ଏହି ଯୋଡିଙ୍କ ସମେତ, ବିଦ୍ୟା ବାଲାନ, ତାପସି ପନ୍ନୁ, ମନୋଜ ବାଜପେୟୀ ଓ ବୋମାନ ଇରାନୀ ମଧ୍ୟ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି ।
ସୂଚନାଯୋଗ୍ୟ : ଫିଲ୍ମଟି ଏକ ସୋଶାଲ କମେଡି ଫିଲ୍ମ ହେବ । ଶାହାରୁଖ ଏହି ଫିଲ୍ମରେ ଜଣେ ପ୍ରବାସୀ ଭାରତୀୟ ରୋଲ୍ରେ ନଜର ଆସିବେ। ସେ ନିଜ ପରିବାର ସହ ପଞ୍ଜାବରୁ କାନାଡ଼ା ଯାଇଛନ୍ତି। ଏହି ଫିଲ୍ମରେ ତାଙ୍କ ଯାତ୍ରାକୁ ପରଦା ଉପରେ ଇମୋସନର ଛିଟା ଦିଆଯାଇ ଚିତ୍ରଣ କରାଯିବ। ଏହି ଫିଲ୍ମକୁ ଶାହାରୁଖଙ୍କ ପ୍ରଡକ୍ସନ କମ୍ପାନୀ ‘ରେଡ ଚିଲି’ ପ୍ରଡ୍ୟୁସ୍ କରିବ। ଆସନ୍ତା ବର୍ଷଠୁ ଏହାର ଶୁଟିଂ ଆରମ୍ଭ ହେବ।