ସୂଚନା ଅନୁଯାୟୀ, ଶାହରୁଖ୍ ଖାନ ଶନିବାର ମୁମ୍ବାଇରେ ସାଉଥ୍ ଡାଇରେକ୍ଟର ଏଟଲିଙ୍କ ଫିଲ୍ମର ସୁଟିଂ କରୁଥିଲେ । ଶନିବାର ରାତିରେ ହିଁ କ୍ରୁଜ୍ ପାର୍ଟିରେ ରେଡ୍ ହେବା ପରେ, ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ହେପାଜତରେ ନିଆ ଯାଇଥିଲା । ତେବେ ଏହି ଘଟଣା ପରେ ରବିବାର ଦିନ ସୁଟିଂ କରି ପାରିନଥିଲେ ଶାହରୁଖ ଖାନ୍ । ଯାହାଫଳରେ ତାଙ୍କ ଡୁପ୍ଲିକେଟ୍ ପ୍ରଶାନ୍ତ ୱାଲଡେଙ୍କ ଦ୍ବାରା, ଏହି ସୁଟିଂ କରାଯାଇଛି ।
ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ଏହି ଖବରକୁ ନିଶ୍ଚିତ କରି ପ୍ରଶାନ୍ତ କହିଛନ୍ତି ଯେ, ଶାହାରୁଖଙ୍କ ଅନୁପସ୍ଥିତିରେ ସେ ସୁଟିଂ ଶେଷ କରିଛନ୍ତି। ‘ପଠାନ’ର ସୁଟିଂ ପାଇଁ ସ୍ପେନ ଯିବେ କି? ପଚାରାଯିବାରୁ ସେ ଏବେ ଏହା ଉପରେ କିଛି କରିପାରିବେ ନାହିଁ ବୋଲି କହିଛନ୍ତି।