ନୂଆଦିଲ୍ଲୀ : ଅଭିନେତା ଶାହରୁଖ୍ ଖାନଙ୍କ ପତ୍ନୀ ଗୌରୀ ଖାନ୍ ,ବଲିଉଡର ଅନେକ୍ ସେଲିବ୍ରେଟିଙ୍କର ପସନ୍ଦିତା ଇଣ୍ଟିରିୟର ଡିଜାଇନର ଅଟନ୍ତି । ସେ ରଣବୀର କପୁର,ଆଲିଆ ଭଟ୍ଟ,କରନ୍ ଜୋହରଙ୍କ ସମେତ, ଅନେକ୍ ସେଲିବ୍ରେଟିଙ୍କ ଘରକୁ ସୁନ୍ଦର କରିଛନ୍ତି । ନିଜ ଘରର ଡିଜାଇନ୍ ବ୍ୟତୀତ ଗୌରୀ ଏବେ ସ୍ୱାମୀ ଶାହରୁଖ୍ ଖାନଙ୍କ ଅଫିସ ରେଡ୍ ଚିଲ୍ଳୀଜ୍କୁ ମଧ୍ୟ ଖୁବ୍ ସୁନ୍ଦର କରିଛନ୍ତି । ଏହାର ଫଟୋ ସେୟାର କରି ଗୌରୀ ଲେଖିଛନ୍ତି ଯେ, ଶାହରୁଖ୍ଙ୍କ ଅଫିସ୍ ଡିଜାଇନ୍ କରିବା ତାଙ୍କ ପାଇଁ ଏକ ବଡ ଚୁନତି ଥିଲା ।
ଗୌରୀ କହିଛନ୍ତି ଯେ, ଲକଡାଉନରେ ରେଡ୍ ଚିଲ୍ଳୀଜ୍ରେ ଶାହରୁଖ୍ ଖାନଙ୍କ ଅଫିସକୁ ଡିଜାଇନ୍ କରିବା ଏକ ବହୁତ୍ ଭଲ ଅନୁଭବ ଥିଲା ‘ । ସେ ଏହି ଡିଜାଇନରେ ସାମିଲ କମ୍ପାନୀକୁ ମଧ୍ୟ କ୍ରେଡିଟ୍ ଦେଇ ଆଗକୁ କୁହନ୍ତି ଯେ, @vox.india.interiorଙ୍କ ବ୍ୟତୀତ ଏହି ପ୍ରୋଜେକ୍ଟ ପାଇଁ ଆଉ କାହା ଉପରେ ଭରୋଷା କରିପାରି ନଥାନ୍ତି ।
ଏହି ପୋଷ୍ଟ ମାଧ୍ୟମରେ ଗୌରୀ ଶାହରୁଖ୍ ଖାନଙ୍କ ଅଫିସର ଡିଟେଲ୍ସ ବାବଦରେ କହିଛନ୍ତି । ଏହା ସହିତ ଏହା ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା ବୋଲି ମଧ୍ୟ ସେ କହିଛନ୍ତି । ରେଡ୍ ଚିଲ୍ଲୀଜ୍ ଅଫିସ୍ ଶାହରୁଖ୍ଙ୍କ ପାଇଁ ମୋର ପ୍ରଥମ ପ୍ରାଥମିକତା ଥିଲା ବୋଲି ମଧ୍ୟ ସେ ଜଣାଇଛନ୍ତି ।