ଆର୍ଯ୍ୟନ ତାଙ୍କ ଇନଷ୍ଟାରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଏକ ଫିଲ୍ମର ସ୍କ୍ରିପ୍ଟ ରହିଛି ଏବଂ ସେହି ସ୍କ୍ରିପ୍ଟରେ ଆର୍ଯ୍ୟନଙ୍କ ନାମ ଲେଖାଯାଇଛି । ତେବେ ଆର୍ଯ୍ୟନ ବଲିଉଡରେ ଡେବ୍ୟୁ କୌଣସି ହିରୋ ଭାବେ ନୁହେଁ ବରଂ ଜଣେ ରାଇଟର ଭାବେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବୋଲି ନିଜେ ସ୍ପଷ୍ଟ କରିଛନ୍ତି।
ବଲିଉଡରେ ଏଣ୍ଟ୍ରି କରିବେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ!

ଅର୍ଗସ ବ୍ୟୁରୋ: ବଲିଉଡରେ ଖୁବଶୀଘ୍ର ଏଣ୍ଟ୍ରି କରିବେ କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନ। କିଛିଦିନରୁ ଏହାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଆଉ ଫ୍ୟାନ୍ସ ଆର୍ଯ୍ୟନଙ୍କ ଡେବ୍ୟୁକୁ କେତେ ବେଳେ କରିବେ ତାହାକୁ ଚାହିଁ ରହିଥିଲେ । ଏବେ ଆର୍ଯ୍ୟନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ତାଙ୍କ ଡେବ୍ୟୁକୁ ନେଇ ଆର୍ଯ୍ୟନ୍ ସୋସିଆଲ୍ ମିଡିଆରେ ସାଇଟରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରଲ୍ ହେବାରେ ଲାଗିଛି।
Download Argus News App
