ଠିକ୍ ସେମିତି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ, ପ୍ରତିବର୍ଷ ବଡ ଧୂମଧାମରେ ନିଜ ଘରେ ଗଶେଶ ପୂଜା ପାଳନ କରନ୍ତି । ତେବେ ବିବାହ ପରେ ଶିଳ୍ପା ତାଙ୍କ ସ୍ବାମୀ ଓ ପିଲାଙ୍କ ସହ ମିଶି ପ୍ରତିବର୍ଷ ପୂଜା କରନ୍ତି । ଚଳିତ ବର୍ଷ ମଧ୍ୟ ସେ ଗଣେଶ ପୂଜା ପାଳନ କରିଛନ୍ତି ସତ, କିନ୍ତୁ ପ୍ରତିବର୍ଷ ପରି ନୁହେଁ । ଚଳିତ ବର୍ଷ ସେ ରାଜ୍ କୁନ୍ଦ୍ରାଙ୍କ ବିନା, କେବଳ ପିଲାଙ୍କ ସହ ପୂଜା କରିଛନ୍ତି ।
ପ୍ରକାଶ ଥାଉକି, ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ ଓ ଅପଲୋଡ କରିବା ଅଭିଯୋଗରେ କିଛି ଦିନ ହେଲା ଗିରଫ ହୋଇ ଜେଲରେ ଅଛନ୍ତି ଶିଳ୍ପାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା । ଯାହାକୁ ନେଇ ଏବେ ବେଶ ଚିନ୍ତାରେ ପଡି ଯାଇଛନ୍ତି ଶିଳ୍ପା ।