ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କର ଅଭିନୟ ,ଅନ୍ଦାଜକୁ ନେଇ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଠିକ୍ ସେମିତି ସେ ତାଙ୍କ ଫିଗରକୁ ନେଇ ମଧ୍ୟ ସବୁବେଳେ ବେଶ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ ସେ ତାଙ୍କର ଅଫିସିଆଲ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ସେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓରେ ଶିଳ୍ପା ଏକ ହ୍ୱାଇଟ କଲର ଡ୍ରେସ୍ ପିନ୍ଧି ନଦୀ ପାଶ୍ୱର୍ରେ ହାତ ଯୋଡି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଛନ୍ତି । ଶିଳ୍ପାଙ୍କ ଏହି ଭିଡିଓକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ରିଆକ୍ସନ୍ ଦେବାରେ ଲାଗିଛନ୍ତି ।
ପ୍ରକାଶ ଥାଉକି,ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ସବୁଠାରୁ ଶକ୍ତିଶାଳୀ ଶିବ ମନ୍ତ୍ର ବୋଲି ମନାଯାଏ । କୁହାଯାଏ ,ଏହି ମନ୍ତ୍ର ଦୀର୍ଘାୟୁର ଶୁଭକାମନା ଦିଏ । ବିପଦକୁ ଦୂର କରେ । ଶିଳ୍ପା ଶେଟ୍ଟୀ ହରିଦ୍ୱାର ପହଞ୍ଚି ସେଠାରେ ଏହି ମନ୍ତ୍ର ଜପ କରୁଥିବା ନଜର ଆସୁଛନ୍ତି ।
ସୂଚନାଯୋଗ୍ୟ : ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବହୁତ୍ ଜଲ୍ଦୀ ଫିଲ୍ମ ‘ନିକ୍କମା’ରେ ନଜର ଆସିବାକୁ ଯାଉଛନ୍ତି ।