ପ୍ରକାଶ ଥାଉକି, ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ପ୍ରସ୍ତୁତ ଓ ଅପଲୋଡ କରିବା ଅଭିଯୋଗରେ ନିକଟରେ ଗିରଫ ହୋଇଛନ୍ତି । ଏହାପରେ ଶିଳ୍ପାଙ୍କୁ ନେଇ ମଧ୍ୟ ବିଭିନ୍ନ ଖବର ସାମ୍ନାକୁ ଆସୁଛି । ଶିଳ୍ପାଙ୍କୁ ବି ନାନା କଥା ଶୁଣିବାକୁ ପଡ଼ୁଛି। ଏଥିରେ ବିଚଳିତ ହୋଇ ମିଡିଆ ଉପରେ ଭଡକିଛନ୍ତି ଶିଳ୍ପା ।
ରାଜ୍ ଗିରଫ ହେବା ପରେ, ମିଡିଆରେ ଶିଳ୍ପାଙ୍କ ସ୍ବାମୀ ଓ ତାଙ୍କ ପରିବାରକୁ ଟାର୍ଗେଟ କରି ବିଭିନ୍ନ କଥା ପ୍ରସାରିତ ହେଉଥିବାରୁ ହାଇକେର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଶିଳ୍ପା । ତାଙ୍କର ଏବଂ ତାଙ୍କ ପରିବାରର ଛବି ଓ ଭାବମୂର୍ତ୍ତିକୁ ଖରାପ କରିବା ପରି, ବହୁ ସୋସିଆଲ ମିଡିଓ ଓ ୱେବସାଇଟ୍ରେ ଷ୍ଟୋରି ଓ ଭିଡିଓ ପୋଷ୍ଟ ହେଉଥିବା ଅଭିଯୋଗ ଆଣିଛନ୍ତି ସେ । କିଛି ମିଡିଆରେ ଆସୁଥିବା ଖବରର କିଛି ଆଧାର ନ ଥିବା ବେଳେ, ତାହା ମିଛ ତଥ୍ୟ ଉପରେ ଆଧାରିତ । ଯେଉଁଥିପାଇଁ ତାଙ୍କୁ ଗଭୀର ଆଘାତ ଲାଗିବା ସହିତ, ମାନସିକ ଦୁଶ୍ଚିନ୍ତାରେ ରହୁଥିବା ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏହା ସହିତ, ସେ ଫେସବୁକ୍, ୟୁଟ୍ୟୁବ ଓ ଇନ୍ଷ୍ଟାଗ୍ରାମ୍ ବିରୋଧରେ ମଧ୍ୟ ଲିଖିତ ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁଯାୟୀ, ଶିଳ୍ପା ସମୁଦାୟ ୨୯ ମିଡିଆ କର୍ମଚାରୀ ଓ ମିଡିଆ ହାଉସ ଉପରେ ଏପରି ଆରୋପ ଲଗାଇଛନ୍ତି । ପନୋଗ୍ରାଫିକ୍ ମାମଲାର ଭୁଲ୍ ରିପୋର୍ଟିଂ ଯୋଗୁ ତାଙ୍କ ଛବି ଖରାପ ହେଉଥିବାରୁ ସେ ୨୫ କୋଟିର ମାନହାନୀ ମକଦ୍ଦମା କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି ।