ନିକଟରେ ଶ୍ରେୟା ଘୋଷାଲ ତାଙ୍କ ପୁଅ ଏବଂ ସ୍ବାମୀଙ୍କ ସହ ଏକ ଖୁବ୍ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହା ସହିତ ସେ ତାଙ୍କ ପୁଅର ନାଁ ମଧ୍ୟ ଖୁଲାସା କରିଛନ୍ତି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ ମୁଁ ଆପଣମାନଙ୍କୁ ଦେଖାଇବାକୁ ଯାଉଛି Devyaan Mukhopadhyayଙ୍କୁ । ସେ ୨୨ ମଇରେ ଜନ୍ମ ହୋଇଛନ୍ତି । ଆମ ଜୀମନକୁ ସବୁଦିନ ପାଇଁ ଭଲପାଇବାରେ ଭରି ଦେଇଛନ୍ତି । ତାଙ୍କର ପ୍ରଥମ ଝଲକ ହିଁ , ଆମ ହୃଦୟକୁ ଭଲପାଇବାରେ ଭରି ଦେଇଥିଲା । କେବଳ ଜଣେ ମା’ ଏବଂ ବାପା ହିଁ ତାଙ୍କ ପିଲା ପାଇଁ ଏହା ଅନୁଭବ କରି ପାରିବେ । ମୁଁ ବହୁତ୍ ଖୁସି ଏବଂ ଢେର ସାରା ଭଲପାଇବା ‘ ।