ନୂଆଦିଲ୍ଲୀ : ବଲିଉଡର ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ନଜର ଆସନ୍ତି । ସବୁବେଳେ ସେ ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ଏହା ସହିତ ସେ ତାଙ୍କ ଭାଇ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫଟୋ ମଧ୍ୟ ସେୟାର କରନ୍ତି । ନିକଟରେ ଶ୍ୱେତା ସିଂ କିର୍ତ୍ତୀ ଇନ୍ଷ୍ଟାଗ୍ରାମ୍ରେ ନିଜର ପ୍ରଥମ ରିଲ୍ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କୃଷ୍ଣ ଭଜନ ଗାଉଥିବା ଦେଖିବାକୁ ମିଳୁଛି । ତାଙ୍କର ଏହି ଭିଡିଓକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ବେଶ ତାରିଫ୍ କରିବାରେ ଲାଗିଛନ୍ତି ।
ଶ୍ୱେତା ଏହି ଭିଡିଓରେ ଏକ ପର୍ପଲ କଲର ସୁଟ ପିନ୍ଧିବା ସହିତ, ହାତରେ ସିଲଭର କଲର ଚୁଡି ଏବଂ ମଥାରେ ବିନ୍ଦି ପିନ୍ଧି, ଏକଦମ୍ ଟ୍ରାଡିସ୍ନାଲ ଲୁକରେ ନଜର ଆସୁଛନ୍ତି ।
ତାଙ୍କର ଏହି ପୋଷ୍ଟରେ କିଛି ୟୂଜର୍ସ ଲେଖିଛନ୍ତି ଯେ,’ଆପଣଙ୍କ ଆଖି ଏକଦମ୍ ସୁଶାନ୍ତ ସିଂ ରାଜପୁତଙ୍କ ଭଳି’ ଆଉ ଜଣେ ଲେଖିଛନ୍ତି ଯେ,’ଆପଣ ବହୁତ୍ ସୁନ୍ଦର,ସବୁବେଳେ ଖୁସିରେ ରୁହନ୍ତୁ...’ ।