ସେଲିବ୍ରେଟିଙ୍କ ବିବାହକୁ ନେଇ କେବଳ ବଲିଉଡ ଜଗତରେ ନୁହେଁ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ବହୁ ଅପେକ୍ଷା ପରେ ଦୁଇ ନାମୀଦାମୀ ବଲିଉଡ ଷ୍ଟାର ଜୀବନ ସାଥୀ ହେବାକୁ ଯାଉଛନ୍ତି ।
ତେବେ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜସ୍ଥାନ ଜୈଲସାଲମେରର ସୂର୍ଯ୍ୟଗଡ଼ ପ୍ୟାଲେସରେ ସିଦ୍ଧାର୍ଥ ମଲୋହୋତ୍ରା ଓ କିଆରା ଆଡଭାନୀଙ୍କ ବିବାହ ଉତ୍ସବ ହେବ । ଏଥିପାଇଁ ଦୁଇ ପରିବାର ସୂର୍ଯ୍ୟଗଡ଼ ପ୍ୟାଲେସରେ ପହଞ୍ଚିଛନ୍ତି । ଅନ୍ୟପଟେ ବିବାହ ଉତ୍ସବରେ କେଉଁ ଅତିଥି ଯୋଗଦେବେ ଏନେଇ ତାଲିକା ମଧ୍ୟ ବାହାରି ସାରିଛି। ଦୁହିଁଙ୍କ ଅତି ଘନିଷ୍ଠ ବନ୍ଧୁ ପରିଜନ ପାଖାପାଖି ୧୫୦ ଜଣ ଏଥିରେ ଯୋଗଦେବେ । ଅତିଥିଙ୍କ ପାଇଁ ୮୦ ଟି ରୁମ ବୁକ ହୋଇଥିବାବେଳେ ୭୦ଟି କାରର ବ୍ୟବସ୍ଥା କରାଯାଇଛି ।
ଅଧିକ ମନୋରଂଞ୍ଜନ ନ୍ୟୂଜ଼ ପଢନ୍ତୁ