ଜୈସଲମେରର ଏକ ହୋଟେଲ ସୂର୍ଯ୍ୟଗଡ଼ରେ ବିବାହ ପୂର୍ବରୁ ସମସ୍ତ ରିଚୁଆଲସ କରାଯିବ। ତେବେ ଏପର୍ଯ୍ୟନ୍ତ ଅଫିସିଆଲି ସିଦ୍ଧାର୍ଥ କିମ୍ବା କିଆରା ବିବାହ ସମ୍ପର୍କରେ କିଛି ଘୋଷଣା କରିନାହାନ୍ତି।
ଦୁଇଜଣଙ୍କୁ ଏକାଠି ଶେରଶାହ ମୁଭିରେ ଦେଖିବାକୁ ମିଳିଥିଲା। ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଉଭୟେ ୨୦୨୦ରେ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ। ଏହାପରଠାରୁ ବି-ଟାଉନରେ ଉଭୟଙ୍କ ଯୋଡ଼ି ବେଶ ଚର୍ଚ୍ଚାକୁ ଆସିଥିଲା। ଫିଲ୍ମ ନିର୍ମାତା କରନ ଜୋହରଙ୍କ କଫି ଓ୍ବିଥ କରନ ଶୋରେ କିଆରା ଏବଂ ସିଦ୍ଧାର୍ଥଙ୍କୁ ଉଭୟ ରିଲେଶନ ବାବଦରେ କରନ ପ୍ରଶ୍ନ ପଚାରିଥିଲେ। ତେବେ ଉଭୟ ଏହାକୁ ମାନି ନ ଥିଲେ।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ