ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିଦ୍ଧାର୍ଥ କିଆରା ବିବାହ ପରେ କାମରେ ଫୋକସ କରିବେ ବୋଲି କହିଥିଲେ। ଏବେ ସେମାନେ ହନିମୁନ ପ୍ଲାନ ରଖିନାହାନ୍ତି। ଫିଲ୍ମର ସୁଟିଂ ସବୁ ସରିଲା ପରେ ଯିବେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ।
ଭାଇରାଲ ଭିଡିଓରେ ସିଦ୍ଧାର୍ଥ ନୀଳ ରଙ୍ଗର ସାର୍ଟ, ବେଗି ପ୍ୟାଣ୍ଟ, ହ୍ବାଇଟ ସୁଜ ଏବଂ ଚଷମା ପିନ୍ଧିଥିଲେ। ସିଦ୍ଧାର୍ଥ ନିଜ ପୁରା ଟିମ ସହିତ ପୋଜ ଦେଇ ଫଟୋ ଉଠାଉଥିଲେ। ତାଙ୍କ ଫଟୋ ଉଠାଇବା ସହ ତାଙ୍କୁ ଶୁଭକାମନା ଦେବାକୁ କ୍ୟାମେରାମ୍ୟାନଙ୍କ ଭିଡ଼ ଜମିଥିଲା। ବିବାହର ଆଠ ଦିନ ପରେ ସିଦ୍ଧାର୍ଥ କାମକୁ ଗୁରୁତ୍ବ ଦେଇଛନ୍ତି। ସୂଚନା ଥାଉ କି, ଭିଡିଓରେ ସିଦ୍ଧାର୍ଥ ତାଙ୍କ ଆଗାମୀ ଫିଲ୍ମ `ଯୋଦ୍ଧା’ ଟିମ ସହ ଥିଲେ।