ତିନି ଭାଇ ଭଉଣୀଙ୍କ ମଧ୍ୟରେ ସିଦ୍ଧାର୍ଥ ଥିଲେ ସବୁଠାରୁ ସାନ । ମା’ଙ୍କ ଗେହ୍ଲା ପୁଅ । ଭଉଣୀମାନଙ୍କର ଆଦରର ଭାଇ । ଶେହନାଜ ଗିଲଙ୍କର ଘନିଷ୍ଠ ବନ୍ଧୁ । ହେଲେ ହଠାତ୍ ତାଙ୍କ ବିୟୋଗ ସମସ୍ତଙ୍କୁ ଏକ ବଡ ଝଟକା ଦେଇଛି । କେହି ଏତେ ସହଜରେ ଏକଥାକୁ ଗ୍ରହଣ କରି ପାରୁ ନାହାଁନ୍ତି । ତେବେ ଗତକାଲି ତାଙ୍କର ଶେଷ ଦର୍ଶକ କରିବା, ପାଇଁ ଶ୍ମଶାନ ଘାଟରେ ତାଙ୍କ ମା’,ଦୁଇ ଭଉଣୀ,ତାଙ୍କ ବାନ୍ଧବୀ ଶେହନାଜ୍ ଗିଲ ଙ୍କ ସମେତ, ଅନେକ ସେଲିବ୍ରେଟି ମଧ୍ୟ ଯାଇ ପହଞ୍ଚିଥିଲେ ।
ତେବେ ନିକଟରେ ରାକ୍ଷୀ ସାଓ୍ବନ୍ତ ଏକ ଭିଡିଓ ସେୟାର କରି ସିଦ୍ଧାର୍ଥଙ୍କ ଘରର ଅବସ୍ଥା ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ସିଦ୍ଧାର୍ଥଙ୍କ ମା’ ବହୁତ୍ ଦୁଃଖରେ ଅଛନ୍ତି । ସେ କେବଳ ଗୋଟିଏ କଥା କହୁଛନ୍ତି ଯେ, ‘ସେ ଚାଲିଗଲା’ । ଏହା ଶୁଣି ରାକ୍ଷୀ ତାଙ୍କୁ ଆଶ୍ବସନା ଦେଇ ଏକଥା କହିଛନ୍ତି ଯେ, ସେ କୁଆଡେ ଯାଇ ନାହାଁନ୍ତି । କେବଳ ତାଙ୍କ ଶରୀର ଚାଲି ଯାଇଛି । ହେଲେ ଆତ୍ବା ସବୁବେଳେ ଆମ ପାଖରେ ଅଛି । ତାଙ୍କ ଘର ଉପରେ ଏବେ ଦୁଃଖର ପାହାଡ ଲଦି ହୋଇ ଯାଇଛି । ତେବେ ବର୍ତ୍ତମାନ ସିଦ୍ଧାର୍ଥଙ୍କ ଆତ୍ମାର ଶାନ୍ତି ପାଇଁ ସମସ୍ତେ ପ୍ରାର୍ଥନା କରିବା ଉଚିତ୍ ।