ସୂଚନାଯୋଗ୍ୟ : ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ ଖବର ଶୁଣିବା ପରେ ,ତାଙ୍କର ଏମିତି ଜଣେ ଫ୍ୟାନ ଅଛନ୍ତି ,ଯାହାଙ୍କୁ ଗମ୍ଭୀର ଝଟକା ଲାଗିଛି । ସେ କୋମାକୁ ଚାଲି ଯାଇଛନ୍ତି । ସେଲିବ୍ରେଟି ଫଟୋଗ୍ରାଫର Viralbhayani ଏକ ପୋଷ୍ଟ ସେୟାର ଏହାର ସୂଚନା ଦେଇଛନ୍ତି । ସେ ସିଦ୍ଧାର୍ଥ ଶୁକ୍ଳାଙ୍କ ଏକ ଫଟୋ ସେୟାର କରି, ଏଥିରେ ଡକ୍ଟର ଜୟେଶ ଠାକୁର୍ ନାମକ ଏକ ୟୁଜରଙ୍କ ପୋଷ୍ଟ ସେୟାର କରାଯାଇଛି । ସେ ପୋଷ୍ଟରେ ଲେଖା ହୋଇଛି ଯେ, ‘ବନ୍ଧୁମାନେ, ଆପଣମାନେ ଆପଣଙ୍କ ପରିବାର ଓ ବନ୍ଧୁମାନଙ୍କ ସହ କଥାବାର୍ତ୍ତା କରନ୍ତୁ । କେବେ ହେଲେ ଏକା ରୁହନ୍ତୁ ନାହିଁ । ନିକଟରେ ସିଦନାଜଙ୍କର ଜଣେ ଫ୍ୟାନ୍ ବାଥରୁମରେ ବେହୋସ ହୋଇ ଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୟାକରି ଆପଣମାନେ ନିଜ ନିଜର ଯତ୍ନ ନିଅନ୍ତୁ । ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ ।
Viralbhayani ସେୟାର କରିଥିବା ପୋଷ୍ଟରେ ଲେଖା ହୋଇଛି ଯେ, ସିଦ୍ଧାର୍ଥ ଶୁକ୍ଳାଙ୍କ ଜଣେ ଫ୍ୟାନ୍ ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ଶୁଣି ଆଂଶିକ କୋମାକୁ ଚାଲି ଯାଇଛନ୍ତି । ଆମେ ସମସ୍ତେ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ । ଆଶା କରୁଛୁ #sidnaaz ଙ୍କ ଫ୍ୟାନ୍ସମାନେ ଏହି କଠିନ ସମୟରେ ଦୃଢ ରହିବେ ।