ନୂଆଦିଲ୍ଲୀ : ସିଦ୍ଧାର୍ଥ ଶୁକ୍ଳା ଏ ଦୁନିଆଁକୁ ଅଲବିଦା କରିବାର ଏହାରି ମଧ୍ୟରେ କିଛି ଦିନ ବିତି ଗଲାଣି । ମାତ୍ର ୪୦ ବର୍ଷ ବୟସରେ ସେ ଏ ଦୁନିଆଁ ଛାଡି ଚାଲିଗଲେ ଆରପାରିକୁ । ହେଲେ ଏବେବି ତାଙ୍କୁ ଝୁରି ହେଉଛନ୍ତି ପରିବାର ସଦସ୍ୟ,ତାଙ୍କ ବାନ୍ଧବୀ ଶେହନାଜ୍ ଗିଲ ଓ ତାଙ୍କର ଫ୍ୟାନ୍ସ । ଟେଲି ଧାରାବାହିକ ‘ବାଳିକା ବଧୂ’ ମାଧ୍ୟମରେ ଘରେ ଘରେ ବେଶ ଲୋକପ୍ରିୟ ହୋଇଥିଲେ ସିଦ୍ଧାର୍ଥ । ଆଉ ତା ପରେ ବିଗବସ ୧୩ର ବିଜେତା ହେବାପରେ, ସତେ ଯେପରି ତାଙ୍କ ଜୀବନ ଏକ ଭିନ୍ନ ମୋଡ ନେଇଥିଲା । ଏହାପରେ ସେ ବେଶ ପପୁଲାର ହୋଇଥିଲେ । ଆଉ ସଫଳତାର ସିଢି ଚଢିବା ଆରମ୍ଭ କରିଥିଲେ । ହେଲେ ସେହି ସଫଳତାକୁ ଉପଭୋଗ କରିବାକୁ ସେ ଆଉ ଏ ଦୁନିଆଁରେ ନାହାଁନ୍ତି ।
ତେବେ ଇଣ୍ଡଷ୍ଟ୍ରିରେ ସିଦନାଜଙ୍କ ଯୋଡିକୁ ବେଶ ପସନ୍ଦ କରନ୍ତି ଦର୍ଶକ । ଦୁହେଁ ଏକାଠି ମିଶି କିଛି ପ୍ରୋଜେକ୍ଟରେ କାମ ମଧ୍ୟ କରିଥିଲେ । ହେଲେ ଅଧାରୁ ଭାଙ୍ଗିଗଲା ସିଦନାଜଙ୍କ ଯୋଡି ।
ତେବେ ଶେଷଥର ପାଇଁ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜ ଗିଲଙ୍କ ଆଗାମୀ ଆଲବମ ‘ହାବିଟ’ । ଏହା ପୂର୍ବରୁ ମଧ୍ୟ ଦୁହେଁ କିଛି ମ୍ୟୁଜିକ୍ ଭିଡିଓରେ କାମ କରି ସାରିଛନ୍ତି ।
ତେବେ ଏହି ମ୍ୟୁଜିକ୍ ଭିଡିଓର ବିଟିଏସ ପିକ୍ଚର୍ସ ଫଟୋଗ୍ରାଫର ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହା ସେୟାର ହେବା ମାତ୍ରେ ହିଁ , ସୋସିଆଲ ମିଡିଆରେ ଛାଇ ଯାଇଛି । ପ୍ରଶଂସକମାନେ ଏହି ଟ୍ରାକ୍ ରିଲିଜ୍ କରିବାକୁ ଅନୁରୋଧ କରିଛନ୍ତି ।