ନୂଆଦିଲ୍ଲୀ : ଲୋକପ୍ରିୟ ସିଙ୍ଗର ଅରିଜିତ୍ ସିଂହଙ୍କ ମୁଣ୍ଡ ଉପରେ ଖସି ପଡିଛି ଦୁଃଖର ପାହାଡ । ପାଦ ତଳୁ ଖସି ଯାଇଛି ମାଟି । କାହିଁକି ନାଁ, ତାଙ୍କୁ ଏ ଦୁନିଆଁର ଆଲୋକ ଦେଖାଇଥିବା, ତାଙ୍କୁ ଭଲ ମଣିଷ କରିଥିବା ଓ ତାଙ୍କୁ ବେଶ ଭଲପାଉଥିବା ତାଙ୍କର ଅତିପ୍ରିୟ ମା’ ଆଉ ଏ ଦୁନିଆଁରେ ନାହାଁନ୍ତି । କରୋନା ତାଙ୍କ ପାଖରୁ ତାଙ୍କ ମା’କୁ ଛଡାଇ ନେଇଛି । ୨୦ ମଇ ମାନେ ଆଜି , କଲିକତାର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ପୂର୍ବରୁ ତାଙ୍କ ମା’ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିସ୍ବା ଜାରି ରହିଥିଲା ।
ଖବର ଅନୁଯାୟୀ, ୨୦ ମଇ ୧୧ଟା ସମୟରେ ତାଙ୍କ ମା’ଙ୍କ ସ୍ବାସ୍ଥବସ୍ଥା ଅଧିକ ବିଗିଡି ଯାଇଥିଲା । ଡାକ୍ତରଙ୍କ ଅନେକ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଯାଇ ପାରି ନଥିଲା । ଏବଂ ସେଠାରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ସିଙ୍ଗର ଅରିଜିତ୍ ସିଂହଙ୍କ ମା’ଙ୍କ ବିୟୋଗରେ ପୁରା ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି ।