ସୋନମ କପୁର ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ତାଙ୍କ ଜୀବନରେ କେହି ଜଣେ ନୂଆ ଆସିଛନ୍ତି । ଏହା ସହିତ କ୍ୟାପ୍ସନରେ ଲେଖିଛନ୍ତି ଯେ,’ଏକ୍ କୋଇ ଖାସ୍ ହେ’ ଜିସନେ ମେରୀ ଦୁନିଆଁ ମେଁ ପ୍ରବେଶ୍ କିୟା ହେ ଔର ୟହ୍ ବହତ୍ ଖୁବସୁରତ୍ ଏହସାସ୍ ହେ! ମେଁ ଉସସେ ଆପକା ପରିଚୟ କରାନେ କେ ଲିଏ ଔର ଇନ୍ତିଜାର୍ ନେହି କର ସକତି । ଜଲଦ୍ ହି ଉସସେ ମିଲନେ କେ ଲିଏ ତେୟାର ହୋ ଜାଓ’ । ଅନ୍ୟପଟେ ତାଙ୍କର ଏହି ପୋଷ୍ଟ ଦେଖିବା ପରେ ୟୁଜର୍ସ ମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ‘ପ୍ରେଗନେଣ୍ଟ ଅଛନ୍ତି କି’ । ଅନ୍ୟଜଣେ ଲେଖିଛନ୍ତି, ‘She must be pregnant ‘। ଏଭଳି ସମସ୍ତେ ନିଜ ନିଜର ରିଆକ୍ସନ ଦେଉଛନ୍ତି ।