ସୋନାକ୍ଷୀ ସେୟାର କରିଥିବା ଭିଡିଓରେ ସେ ଏକଦମ୍ ଗ୍ଲାମରସ ଅନ୍ଦାଜରେ ନଜର ଆସୁଛନ୍ତି । ହ୍ବାଇଟ କଲର ଆଉଟଫିଟରେ ଭିନ୍ନ ଭିନ୍ନ ପୋଜ ଦେଉ ଥିବାର ସେ ନଜର ଆସୁଛନ୍ତି । ଏହି ଭିଡିଓ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି ଯେ,’ ହ୍ବାଇଟ ହମେଶା ସହି ହୋତା ହେ’ । ତାଙ୍କର ଏହି ଭିଡିଓ ଏବେ ବେଶ ଭାଇରାଲ ହେବା ସହିତ, ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି ।
ନୂଆ ଫଟୋସୁଟରେ ଫ୍ୟାନ୍ସଙ୍କ ହୃଦୟ ଜିତୁଛନ୍ତି ସୋନାକ୍ଷୀ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ଦମଦାର ଅଭିନୟକୁ ନେଇ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ସୋନାକ୍ଷୀ । ସବୁବେଳେ କିଛି ନାଁ କିଛି ପୋଷ୍ଟ କରି , ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ନିକଟରେ ତାଙ୍କର ଏକ ଫଟୋସୁଟର ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି ।
Download Argus News App
