ସୋନାକ୍ଷୀ ତାଙ୍କର ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ଜବ୍ ଆପ୍ କେ ଲିୟେ #WFH କା ମତଲବ୍ ହୋ ୱର୍କଆଉଟ୍ ଫ୍ରମ୍ ହୋମ୍’ ।
ତାଙ୍କର ଏହି ଫଟୋ ଦେଖିବା ପରେ କେବଳ ଫ୍ୟାନ୍ସ ନୁହଁନ୍ତି, ବରଂ କିଛି ସେଲିବ୍ରେଟି ମଧ୍ୟ ସୋନାକ୍ଷୀଙ୍କ ପ୍ରଶଂସା କରିବା ସହିତ ,ନିଜ ନିଜର ରିଆକ୍ସନ୍ ଦେବାରେ ଲାଗିଛନ୍ତି ।
ପ୍ରକାଶ ଥାଉକି, ପୂର୍ବରୁ ସୋନାକ୍ଷୀ ଅତ୍ୟଧିକ ମୋଟାପଣକୁ ନେଇ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି । ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଅଧିକ ମୋଟା ଥିଲେ । ହେଲେ ସେ ଡେବ୍ୟୁ କରିବା ପୂର୍ବରୁ ୩୦ କିଲୋ ଓଜନ କମାଇଥିଲେ ।