ସୋନାଲି ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଂଟରେ ବିବାହର ଫଟୋ ସେୟାର କରିଛନ୍ତି । ଏକଦମ୍ ଧୂମଧାମରେ ବିବାହ କରିବାକୁ ଚାହୁଁଥିବା ସୋନାଲି , କରୋନା କାରଣରୁ ଦୁବାଇରେ ଏକଦମ୍ ସାଧାସିଧା ଭାବେ ବିବାହ କରିଛନ୍ତି । ୭ ମଇରେ ସେ ହାତରୁ ଦିହାତ ହୋଇଥିବା କହିଛନ୍ତି ।
ବିବାହର ଫଟୋ ସେୟାର କରି ସୋନାଲି କହିଛନ୍ତି ଯେ, ‘ଆମର ଜୁନରେ ବ୍ରିଟେନରେ ବିବାହ କରିବାର ଥିଲା । କିନ୍ତୁ , କରୋନାର ଦ୍ବିତୀୟ ଲହରୀ କାରଣରୁ ଆମେ ବିବାହକୁ ସ୍ଥଗିତ କରିଥିଲୁ । ମୁଁ ସୁଟିଂ ପୁରା କରିବା ପରେ ବିବାହର ପ୍ରସ୍ତୁତି ଦେଖିବା ପାଇଁ ଦୁବାଇ ଆସିଥିଲି । ସେତେବେଳେ କରୋନାର ଦ୍ବିତୀୟ ଲହରୀ ଭାରତରେ ଆସିଗଲା । ମୁଁ ଦୁବାଇରେ ଲକଡାଉନରେ ଫସିଗଲି । ଏପ୍ରିଲରେ ବ୍ରିଟେନରେ କରୋନା କାରଣରୁ ଭାରତରୁ ଆସୁଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା ‘ ।
ଆଗକୁ ସେ କହିଥିଲେ, ଏହାପରେ ଆମେ ମଇ ମାସରେ ବିବାହ କରିବାର ନିଷ୍ପତି ନେଇଥିଲୁ ।