ମାତ୍ର ୪ ବର୍ଷ ବୟସରୁ ସେ ନିଜ ପିତାଙ୍କ ସହିତ ଷ୍ଟେଜ୍ ଶୋ’,ପାର୍ଟି ,ଫଙ୍କସନରେ ଗାଇବା ଆରମ୍ଭ କରିଥିଲେ । ସେତେବେଳେ ମଧ୍ୟ ତାଙ୍କ ସ୍ବରକୁ ସମସ୍ତେ ବେଶ ପସନ୍ଦ କରୁଥିଲେ ।
ସୋନୁ ନିଗମ ଯେତେବେଳେ ୧୮-୧୯ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କ ପିତା ତାଙ୍କୁ ମୁମ୍ବାଇ ନେଇ ଆସିଥିଲେ । ସେ ଉସ୍ତାଦ୍ ଗୁଲାମ୍ ମୁସ୍ତଫା ଖାନଙ୍କ ଠାରୁ ସଙ୍ଗୀତ ପ୍ରଶିକ୍ଷଣ ନେଇଥିଲେ ।
ପ୍ଲେ ବ୍ୟାକ୍ ସିଙ୍ଗର ହିସାବରେ ସେ ଫିଲ୍ମ’ଜନମ’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ ସତ, ହେଲେ ଏହି ଫିଲ୍ମ ପ୍ରଦର୍ଶିତ ହୋଇ ପାରି ନଥିଲା । ଏହାପରେ ସେ ୫ ବର୍ଷ ଯାଏଁ ପ୍ଲେ ବ୍ୟାକ୍ ସିଙ୍ଗର ହେବା ପାଇଁ ସଂଘର୍ଷ କରିଥିଲେ ।
ସୋନୁ ନିଗମଙ୍କ ଜୀବନରେ ବଡ ପରିବର୍ତ୍ତନ ସେତେବେଳେ ଆସିଥିଲା, ଯେତେବେଳେ, ସେ ‘ସାରେଗାମା’ ଶୋ’ ହୋଷ୍ଟ କରିବାର ସୁଯୋଗ ପାଇଥିଲେ । ଏହାପରେ ତାଙ୍କର ଗୁଲସନ କୁମାରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଏବଂ ଗୁଲସନ କୁମାର ସୋନୁ ନିଗମଙ୍କୁ ଫିଲ୍ମ’ବେଓ୍ବଫା ସନମ’ରେ ଗାଇବାର ସୁଯୋଗ ଦେଇଥିଲେ । ସେଥିରେ ତାଙ୍କ ଗୀତ ’ଆଛା ସିଲା ଦିୟା ତୁନେ ମେରେ ପ୍ୟାର କା’ ଜବରଦସ୍ତ ହିଟ ହୋଇଥିଲା । ଏହାପରେ ତାଙ୍କର ସଙ୍ଗୀତର ଯାତ୍ରା ଆଗକୁ ଆଗକୁ ବଢିଥିଲା । ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ, ସେ ଅନେକ ସୁପରହିଟ ଗୀତ ଗାଇ,ସଫଳତାର ସିଢି ଚଢିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।