ସମସ୍ତେ ଜାଣନ୍ତି ଏହି କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହଯ୍ୟର ହାତ ବଢାଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍ । ପ୍ରବାସୀ ଶ୍ରମିକଙ୍କ ପାଇଁ ସତେ ଯେପରି ଦେବଦୂତ ସାଜିଥିଲେ ଏହି ଅଭିନେତା । ପୁଣି ସେହି ସୋନୁ ସୁଦ୍ଙ୍କୁ ନେଇ ଦେଖିବାକୁ ମିଳିଛି ଏକ ନୂଆ କଥା । କିନ୍ତୁ ଏଥିରେ ସେ କିଛି କରି ନାହାଁନ୍ତି ବରଂ ତାଙ୍କ ପାଇଁ କିଛି କରାଯାଇଛି ।
କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପରେ ସୋନୁଙ୍କ ଅବିକଳ ମୂର୍ତି ଗଢାଯାଇଛି ଏବଂ ଏହାର ବିଷୟବସ୍ତୁ ରହିଛି ଲକ୍ଡାଉନ୍ ସମୟରେ ପ୍ରବାସୀଙ୍କ ଦୁଃଖ । ଏଥିରେ ପ୍ରବାସୀଙ୍କ ଦୁଃଖ ଯନ୍ତ୍ରଣାକୁ ଦେଖାଇବା ସହ ସୋନୁଙ୍କ ମୂର୍ତିକୁ ମଧ୍ୟ ସ୍ଥାନ ଦିଆଯାଇଛି ।
ସୋନୁଙ୍କର ଏହି ମୂର୍ତି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ବହୁତ୍ ଖୁସି ଅନୁଭବ କରୁଛନ୍ତି । କେବଳ ଏତିକି ନୁହେଁ ଏହା ଦେଖିସାରିବା ପରେ ନିଜେ ସୋନୁ ସୁଦ୍ ମଧ୍ୟ, ଏହି ମୂର୍ତି ପାଇଁ ଟ୍ୱିଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି ।