ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ଯାହାଯ୍ୟର ହାତ ବଢାଇ ବେଶ ଚର୍ଚ୍ଚାରେ ରହିଛନ୍ତି ସୋନୁ ସୁଦ୍ । କେବଳ ସେ ସମୟରେ ନୁହେଁ ବରଂ ଏବେ ମଧ୍ୟ ତାଙ୍କ ପାଖରୁ ସାହାଯ୍ୟ ଲୋଡୁଥିବା ଲୋକଙ୍କୁ , ସାହାଯ୍ୟର ହାତ ବଢାଉଛନ୍ତି ଏହି ଅଭିନେତା । ଟ୍ୱିଟର ମାଧ୍ୟମରେ ସେ ଫ୍ୟାନ୍ସମାନଙ୍କ ସହ ସବୁବେଳେ ଯୋଡି ହୋଇ ରହିଥାନ୍ତି । ଏବେ ପୁଣି ଥରେ ସୋନୁ ସୁଦ୍ ଚର୍ଚ୍ଚାକୁ ଆସିଛନ୍ତି । ବିହାର୍ର ନେହା ନାମକ ଜଣେ ଝିଅ ନିଜ ବିବାହରେ ଆସିବା ପାଇଁ ସୋନୁଙ୍କୁ ଟ୍ୱିଟର ମାଧ୍ୟମରେ ନିମନ୍ତ୍ରଣ କରିଛନ୍ତି । ଆଉ ତାଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି ସୋନୁ ସୁଦ୍ ।
ନେହା ଟ୍ୱିଟର୍ରେ ତାଙ୍କ ନିମନ୍ତ୍ରଣ ପତ୍ର ଟ୍ୱିଟ୍ କରି ସୋନୁଙ୍କ ପାଖକୁ ପଠାଇବା ସହିତ, ସେ ଲେଖିଛନ୍ତି ଯେ, ‘ବାହାଘରକୁ ଆପଣ ଆସିଲେ ମୁଁ ଦୁନିଆଁରେ ସବୁଠାରୁ ଭାଗ୍ୟଶାଳୀ ଝିଅ ହୋଇଯିବି । ମୁଁ ଆପଣଙ୍କ ଅପେକ୍ଷା କରିବି’ ।
ନେହାଙ୍କ ଟ୍ୱିଟ୍ରେ ସୋନ୍ ସୁଦ୍ ରିପ୍ଲାଇ ଦେଇ ଲେଖିଛନ୍ତି ଯେ, ‘ଚାଲ ବିହାରର ବାହାଘର ବି ଦେଖିବା’ ।
ସୋସିଆଲ ମିଡିଆରେ ଏବେ ଏହି ନିମନ୍ତ୍ରଣ ପତ୍ର ଓ ସୋନୁଙ୍କ ଟ୍ୱିଟ୍ ବେଶ ଭାଇରାଲ ହେବାରେ ଲାଗିଛି । ଏଥିରେ ଫ୍ୟାନ୍ସମାନେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।