ନୂଆଦିଲ୍ଲୀ : କରୋନା ମହାମାରୀର ଜଟିଳ ପରିସ୍ଥିତି ସମୟରେ ନିଃସ୍ୱାର୍ଥପର ଭାବେ ଲୋକଙ୍କୁ ସାହାଯ୍ୟ କରିଥିବା ବଲିଉଡ ଅଭିନେତା ସୋନୁ ସୁଦ୍ ପୁଣି ଏବେ ଆଉ ଏକ ମହତ୍ୱପୂର୍ଣ୍ଣ କାମ କରି ଚର୍ଚ୍ଚାରେ ରହିଛନ୍ତି ।
ଉତ୍ତରାଖଣ୍ଡର ଚମେଲି ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଇଲେକ୍ଟ୍ରିସିଆନ୍ ଆଲମ ସିଂହଙ୍କ ୪ ଝିଅଙ୍କୁ ପୋଷ୍ୟଭାବେ ଗ୍ରହଣ କଲେ ସୋନୁ ସୁଦ୍ ।
ସୂଚନାଯୋଗ୍ୟ : ଉକ୍ତ ପରିବାର ବିଷୟରେ ଜାଣିବା ପରେ ସେ ପରିବାର ଆଶାବାଡି ସାଜି , ତାଙ୍କୁ ସହାୟତାର ହାତ ବଢାଇଛନ୍ତି ସୋନୁ ସୁଦ୍ । ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଏବଂ ତାଙ୍କର ପାଠପଢା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ, ସମସ୍ତ ଖର୍ଚ୍ଚ ବହନ କରିବେ ସୋନୁ । ସୋନୁ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି , ଯେଉଁଥିରେ ଆଲମ ସିଂହଙ୍କର ୪ ଝିଅଙ୍କର ଫଟୋ ରହିଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ ଏ ପରିବାର ଏବେ ଆମ ପରିବାର ‘ ।
ଲକଡାଉନ ସମୟରେ ସୋନୁ ଅସହାୟ ମାନଙ୍କୁ ସହାୟତା ଦେଇଥିଲେ । ତାଙ୍କର ଏପରି ମହତ୍ କାମ ପାଇଁ ତାଙ୍କ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।