ରାଜୁ ନାମକ ଏହି ଯୁବକ ସୋନୁଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି। ତେଣୁ ସୋନୁଙ୍କୁ ଭେଟିବାକୁ ସେ ଦୀର୍ଘ ୧୫ ଦିନ ଧରି ସାଇକେଲ ଚଳାଇ ୧୦୦୦ କିମି ଅତିକ୍ରମ କରି ମୁମ୍ୱାଇରେ ପହଞ୍ଚିଛନ୍ତି। ରାଜୁ ଯେତେବେଳେ ସୋନୁଙ୍କୁ ଭେଟିଲେ, ସେ ପିନ୍ଧିଥିବା ଟି-ସାର୍ଟରେ ମଧ୍ୟ ସୋନୁଙ୍କ ଫଟୋ ଛପିଥିଲା। ସୋନୁଙ୍କ ଭଳି ସେ ମଧ୍ୟ ଦେଶପ୍ରେମର ବାର୍ତ୍ତା ନେଇ ସାଇକେଲ ଚଳାଇଛନ୍ତି। ସାଇକେଲରେ ସେ ତ୍ରିରଙ୍ଗା ସହିତ ‘ଆଇ ଲଭ ମାଇଁ ଇଣ୍ଡିଆ’ର ବୋର୍ଡ ଟାଙ୍ଗିଛନ୍ତି। ସୋନୁ ନିଜର ଏହି ଖାସ ଫ୍ୟାନଙ୍କ ପ୍ରୟାସକୁ ପୂରା ସମ୍ମାନ ଦେଇଛନ୍ତି। ରାଜୁଙ୍କ ସହ ସେ ଅନେକ ଫଟୋ ଉଠାଇଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ସୋନୁଙ୍କୁ ଭେଟିବାକୁ ୧୫ ଦିନ ସାଇକେଲ ଯାତ୍ରା

ଅର୍ଗସ ବ୍ୟୁରୋ: ବଢ଼ୁଛି ବଲିଉଡ ଷ୍ଟାର ସୋନୁ ସୁଦଙ୍କ ଚାହିଦା। ତାଙ୍କୁ ଭେଟିବାକୁ ତାଙ୍କ ଫ୍ୟାନ୍ସମାନେ କାହିଁ କେତେଯୂରରୁ ଆସୁଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ହିରୋ ସୋନୁଙ୍କୁ ଭେଟିବାକୁ ସାଇକେଲ ଯାତ୍ରା କରିଛନ୍ତି। ଆନ୍ଧ୍ରପ୍ରଦେଶ ବାସିନ୍ଦା ଏହି ଫ୍ୟାନ୍ ସାଇକେଲ ଚଲାଇ ମୁମ୍ୱାଇରେ ସୋନୁଙ୍କ ପାଖରେ ପହଞ୍ଚିଛନ୍ତି। ଅଭିନେତା ସୋନୁ ସୁଦ କରୋନା ସଙ୍କଟ କାଳରେ ଲୋକଙ୍କୁ ଯେଉଁଭଳି ଭାବେ ସାହାଯ୍ୟର ହାତ ବଢ଼ାଇଥିଲେ, ତାହା ମାନବତା ପାଇଁ ଉଦାହରଣ ସୃଷ୍ଟି କରିଛି। ଏଥିପାଇଁ ଦେଶବାସୀ ତାଙ୍କୁ ଢ଼େର ଭଲପାଇବା ଓ ସମ୍ମାନ ଦେଉଛନ୍ତି। ତାଙ୍କ ଫ୍ୟାନଙ୍କ ତାଲିକା ଲମ୍ୱିବାରେ ଲାଗିଛି। ଏବେ ଜଣେ ପ୍ରଶଂସକ ନିଜର ରିୟଲ ହିରୋ ସୋନୁଙ୍କୁ ଭେଟିବାକୁ ସାଇକେଲ ଯାତ୍ରା କରିଛନ୍ତି।
Download Argus News App
