ନିକଟରେ ସୋନୁ ସୁଦଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ଘର ବାହାରେ ଲୋକ ମାନେ ସାହାଯ୍ୟ ମାଗିବା ପାଇଁ ପହଞ୍ଚିଥିବା ଦେଖିବାକୁ ମିଳୁଛି । ଏହାପରେ ସୋନୁ ସୁଦ୍ ସେମାନଙ୍କୁ ଦେଖା କରିବା ପାଇଁ ଘର ବାହାରକୁ ଆସୁଛନ୍ତି । ସମସ୍ତଙ୍କ ସହିତ ସେ କଥାବାର୍ତ୍ତା କରିଥିଲେ ଏବଂ କହିଥିଲେ,ସମସ୍ତଙ୍କ ଅସୁବିଧା ଜଲଦୀ ଠିକ୍ କରାଯିବ । ଏହାପରେ ସମସ୍ତେ ତାଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଏହି ଭିଡିଓ ଦେଖିବା ପରେ, ଏବେ ସମସ୍ତେ ତାଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ପ୍ରଶଂସା କରୁଛନ୍ତି ।
ଭିରଲ ଭୟାନି ଏହି କ୍ଲିପ୍ ସେୟାର କରି ଲେଖିଛନ୍ତି ଯେ,କରୋନା ପାଇଁ ଅନେକ ଲୋକ ସାହାଯ୍ୟ ପାଇଁ ସୋନୁ ସୁଦ୍ ଙ୍କ ଘର ଆଗରେ ଛିଡା ହୋଇଛନ୍ତି । ଏଭଳି ପରିସ୍ଥିତିରେ ସେ ଏକମାତ୍ର ବ୍ୟକ୍ତି , ଯାହାଙ୍କୁ ଲୋକେ ବିଶ୍ବାସ କରୁଛନ୍ତି । ସେ ଜଣେ ହିଁ ମଣିଷ ଯାହା ପାଖରେ ପ୍ରାର୍ଥନା ବ୍ୟର୍ଥ ଯାଏନାହିଁ । ଏଭଳି ଜଟିଳ ପରିସ୍ଥିତିରେ ସେ ଦେଶ ବାସୀଙ୍କ ପାଖରେ ଛିଡା ହୋଇଛନ୍ତି ।