ସୋନୁ ସୁଦ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ସେ ବ୍ୟାଣ୍ଡ୍ବାଲା ସହିତ ଢୋଲ ବଜାଉଥିବା ନଜର ଆସୁଛନ୍ତି । ଭିଡିଓ ମାଧ୍ୟମରେ ସୋନୁ ସୁଦ୍ ଦର୍ଶକଙ୍କୁ କହୁଛନ୍ତି ଯେ, ଯେଉଁମାନଙ୍କୁ ବିବାହ ପାଇଁ ବ୍ୟାଣ୍ଡ୍ ଆବଶ୍ୟକ , ସେମାନେ ତାଙ୍କ ସହ ସମ୍ପର୍କ କରି ପାରିବେ । ସୋନୁଙ୍କର ଏହି ନୂଆ ରୂପକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରୁଛନ୍ତି ।
ପୁରା ଟିମ୍ ସହିତ ସୋନୁ ଢୋଲ ବଜାଉଛନ୍ତି । ସେ କହିଛନ୍ତି ‘ବ୍ୟାଣ୍ଡ୍ କେତେ ଭଲ ଅଟେ । ବାସ୍ କେବେ ବିବାହ କରିବାକୁ ହେଲେ, ଆମ ବ୍ୟାଣ୍ଡ ଏକଦମ୍ ଜବରଦସ୍ତ । ପ୍ଲିଜ୍ ଆପଣମାନେ ଆମ ସହିତ ସମ୍ପର୍କ କରିବେ । ମୋ ସହିତ ସୁରେଶ ଏବଂ ବାସୁ ମଧ୍ୟ ଅଛନ୍ତି । ଚାଲ ଆରମ୍ଭ ହୋଇଯାଉ’ ।
ତାଙ୍କର ଏହି ଭିଡିଓକୁ ସମସ୍ତେ ବେଶ ପସନ୍ଦ କରିବା ସହିତ, ନିଜ ନିଜର ରିଆକ୍ସନ ଦେବାରେ ଲାଗିଛନ୍ତି ।