ନୂଆଦିଲ୍ଲୀ : ଅଭିନେତା ସୋନୁ ସୁଦ୍ ଲକଡାଉନ ସମୟରେ ଲୋକଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କରିଥିବା କାମକୁ ନେଇ, ଘରେ ଘରେ ବେଶ ପରିଚିତ ହୋଇଛନ୍ତି । ତାଙ୍କର ଏଭଳି କାମକୁ ସମସ୍ତେ ଅନେକ୍ ପ୍ରଶଂସା କରନ୍ତି । ନିକଟରେ ସୋନୁ ସୁଦ୍ ନିଜର ହୋମଟାଉନ୍ ପଞ୍ଜାବର, ମୋଗା ଠାରେ ଲୋକମାନଙ୍କୁ ସାହାଯ୍ୟ କରିଥିବା ଦେଖିବାକୁ ମିଳିଥିଲା । ଏବେ ସେ ଏମିତି ଏକ ସଡକ ଦେଖାଇଛନ୍ତି , ଯାହା ତାଙ୍କ ସ୍ୱର୍ଗତଃ ମା’ ସରୋଜ୍ ସୁଦ୍ଙ୍କ ନାଁରେ ନାମିତ କରାଯାଇଛି ।
ସୋନୁ ସୁଦ୍ ଏହି ଭିଡିଓ ଲେଟ୍ନାଇଟ୍ରେ ବନାଇଛନ୍ତି ,ଯେଉଁଥିରେ ସେ ସଡକ ପାଖରେ ଲାଗିଥିବା ପଟି ଆଗରେ ଛିଡା ହୋଇ କହୁଛନ୍ତି ଯେ, ‘ ଏହା ମୋ ପାଇଁ ବହୁତ୍ ଖାସ୍ ସ୍ଥାନ’ । ମୋ ମା’ ପ୍ରଫେସର ସରୋଜ୍ ସୁଦ୍ଙ୍କ ନାଁରେ ଏହି ସଡକର ନାଁ ରହିଛି । ମୁଁ ମୋ ଜୀବନରେ ଏହି ସଡକରେ ଅନେକ୍ ଥର ଯିବା ଆସିବାରେ ବିତାଇଛି । ଘର ସେ ପାଖରେ, ହେଲେ ଏପାଖରେ ମୁଁ ସ୍କୁଲ ଯିବା ଆସିବା କରୁଥିଲି । ମୋର ପିତାଜୀ ଏପଟେ ଯାଉଥିଲେ । ଏହି ସଡକରେ ମୋ ମା’ କଲେଜ୍ ଯିବା ଆସିବା କରୁଥିଲେ ।
‘ମୋ ଜୀବନରେ ଏହି ସଡକ ବହୁତ୍ ବହୁତ୍ ଖାସ୍ । ମୋ ଜୀବନର ଖାସ୍ ମୂହୁର୍ତ୍ତ । ମୁଁ ଜାଣିଛି ମୋ ମା’ ଯେଉଁଠିବି ଥିବେ ତାଙ୍କୁ ଗର୍ବ ହେବ । ଧନ୍ୟବାଦ୍ ଏସବୁ ପାଇଁ । ଏବେ ଅଧା ରାତି ହୋଇଛି । ରାତି ପାଖାପାଖି ୨.୩୦ ହେବ । ମୁଁ ମୋ ଘରକୁ ଫେରୁଛି । ଧନ୍ୟବାଦ ଆପଣ ସମସ୍ତଙ୍କୁ ‘
ବିଗତ ବର୍ଷ ଡିସେମ୍ବର ମାସରେ ସୋନୁ ସୁଦ୍ ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଥିଲେ ଯେ, ମୋଗାରେ ତାଙ୍କ ମା’ଙ୍କ ନାଁରେ ଏକ ସଡକର ନାଁ ରଖାଯାଇଛି । ସେ ଲେଖିଥିଲେ ‘ୟେ ହେ....ଔର ୟେ ହୋଗା....ମେରେ ଅବ୍ ତକ୍ କି ସବ୍ସେ ବଡି ଉପ୍ଲବ୍ଧି । ମେରେ ମା’ କି ନାମ୍ ପର୍ ମୋଗା ମେଁ ଏକ୍ ସଡକ୍.... ପ୍ରଫେସର ସରୋଜ୍ ସୁଦ୍ ରୋଡ୍ । ମେରେ ସଫଲ୍ତା କା ସହି ମାର୍ଗ । ମିସ୍ ୟୁ ମା’ ।
ସୋନୁ ସୁଦ୍ ଆଉ ଏକ ପୋଷ୍ଟରେ ଲେଖିଥିଲେ ଯେ, ମୋ ଜୀବନରେ ଏକ ଦୃଶ୍ୟ ମୁଁ ସ୍ୱପ୍ନ ଦେଖିଥିଲି । ଆଜି ମୋର ହୋମଟାଉନ୍ ମୋଗାରେ ଏକ ସଡକର ନାଁ ମୋ ମା’ଙ୍କ ନାଁରେ ରଖାଯାଇଛି । ‘ପ୍ରଫେସର ସରୋଜ୍ ସୁଦ୍ ରୋଡ୍’ ଏ ସେହି ସଡକ ଯେଉଁଥିରେ ସେ ସାରା ଜୀବନ ଯାତ୍ରା କରିଛନ୍ତି । ଘର ଠାରୁ କଲେଜ୍ ଏବଂ କଲେଜ ଠାରୁ ଘରକୁ ଫେରିବା । ଏହା ସବୁବେଳେ ମୋ ଜୀବନରେ ସବୁଠାରୁ ମହତ୍ୱପୂର୍ଣ୍ଣ ଅଧ୍ୟାୟ ହେବ । ମୋର ବିଶ୍ୱାସ ଯେ, ମୋ ମା’ ଏବଂ ବାପା ସ୍ୱର୍ଗରେ କେଉଁଠି ନା କେଉଁଠି ଥାଇ ହସୁଥିବେ । କାସ୍ ,ଏସବୁ ଦେଖିବାକୁ ପାଖରେ ଥାଆନ୍ତେ ।