ଏହି ଫିଲ୍ମରେ ସୌରଭ ଗାଙ୍ଗୁଲିଙ୍କ ଚରିତ୍ରରେ କିଏ ଅଭିନୟ କରିବ ତାହା ସ୍ପଷ୍ଟ ହୋଇନଥିବା ବେଳେ,
ବଲିଉଡ ଅଭିନେତା ରଣବୀର କପୁର ,ମୁଖ୍ୟ ଭୂମିକାରେ ନଜର ଆସି ପାରନ୍ତି ବୋଲି ଶୁଣିବାକୁ ମିଳୁଛି ।
ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ଯେ, ‘ମୁଁ ମୋ ବାୟୋପିକ ପାଇଁ ରାଜି ହୋଇଛି। ଫିଲ୍ମ ହିନ୍ଦୀ ଭାଷାରେ ଏହା ନିର୍ମାଣ ହେବ, କିନ୍ତୁ ବର୍ତ୍ତମାନ ନିର୍ଦ୍ଦେଶକଙ୍କ ନାଁ କହିବା ସମ୍ଭବ ନୁହେଁ। ସବୁକିଛି ବ୍ୟବସ୍ଥିତ କରିବାକୁ ଟିକିଏ ସମୟ ଲାଗିବ।’
ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଫିଲ୍ମର କାହାଣୀ ଲେଖାଚାଲିଛି। ଗାଙ୍ଗୁଲିଙ୍କ ସହ ପ୍ରଡକ୍ସନ ହାଉସର ଅନେକ ବୈଠକ ହୋଇସାରିଛି।
ପ୍ରକାଶ ଥାଉକି, ଏହା ପୂର୍ବରୁ ମଧ୍ୟ ଅନେକ କ୍ରୀଡାବିତ ଓ କ୍ରିକେଟରଙ୍କ ଜୀବନୀକୁ ନେଇ ବାୟୋପିକ୍ ନିର୍ମାଣ ହୋଇଛି ।