ପୋଲିସ ସୂଚନା ଅନୁଯାୟୀ, ଜାନୁୟାରୀ ୧୦ ତାରିଖରେ ପଏଜନ ଖାଇଥିବା ସନ୍ଦେହ କରାଯାଉଛି। ସେ କିଛି ଦିନ ହେଲା ମାନସିକ ଚାପରେ ଥିଲେ। ତେବେ ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ। ସୁଧୀର ବର୍ମାଙ୍କ ମୃତ୍ୟୁ ଖବର ତାଙ୍କର କୋ-ଷ୍ଟାର ସୁଧାକର କୋମାକୁଳ ଟ୍ବିଟ ଜରିଆରେ ୨୩ ତାରିଖରେ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ମୋ ଜଣେ ଭଲ ବନ୍ଧୁଙ୍କୁ ହରାଇଛି। ବିଶ୍ବାସ କରିପାରୁନି ଆଜି ସେ ମୋ ପାଖରେ ନାହିଁ।