ରଜ୍ନୀକାନ୍ତଙ୍କ ସମେତ ଅନେକ ବଡ ବଡ ଷ୍ଟାରଙ୍କ ସହ କାମ କରିଥିବା ଅଭିନେତା ଥାବସି, ଏବେ ରୋଗାଗ୍ରସ୍ତ । ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ,ଯେଉଁଥିରେ ସେ ନିଜର ଦୁଃଖକଥା କହୁଥିବା ନଜର ଆସୁଛନ୍ତି । ଭିଡିଓରେ ତାଙ୍କୁ ଦେଖିବା ପରେ ଜଣାପଡୁଛି ଯେ, ପୂର୍ବ ଅପେକ୍ଷା ତାଙ୍କ ଶରୀରର ଓଜନ ଖୁବ୍ କମ୍ ହୋଇଯାଇଛି । ଏହି ଭିଡିଓ ମାଧ୍ୟମରେ ସେ ହାତଯୋଡି ସାହାଯ୍ୟ ମାଗିବା ସହିତ, କହୁଛନ୍ତି ଯେ, ୧୯୯୩ର ଫିଲ୍ମ ‘କିଝାକୁ ଛିମାଲିୟେ’ ଠାରୁ ଆରମ୍ଭ କରି, ରଜନୀକାନ୍ତଙ୍କ ଫିଲ୍ମ ‘ଅନାଥେ‘ ପର୍ଯ୍ୟନ୍ତ କାମ କରିଛି । ମୁଁ କେବେ ଭାବି ନଥିଲି ଯେ ,ମୁଁ ଏମିତି ଏକ ରୋଗର ଶିକାର ହେବି ।
ଏହା ସହିତ ସେ ଅନ୍ୟ କଳାକାରଙ୍କୁ କ୍ୟାନସରର ଟ୍ରିଟ୍ମେଂଟ୍ ପାଇଁ ଫାଇନାନ୍ସିଆଲ ସପୋର୍ଟ ମାଗୁଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ, ସମସ୍ତେ ଏହାକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି ।