ରିପୋର୍ଟ ଅନୁସାରେ `ସିଟାଡେଲ'ର ଶୁଟିଂ ସରିବାପରେ ସାମନ୍ଥା ବିବେକ କାଲରାଙ୍କ ସାଥୀରେ ହଲିଉଡରେ ନିଜର ପ୍ରଥମ ଡେବ୍ୟୁ କରିବେ। ଟିମରି ଏନ ମୁରାରିଙ୍କ ଉପନ୍ୟାସ `ଦ ଆରେଞ୍ଜମେଣ୍ଟ ଅଫ ଲଭ' କୁ ନେଇ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଫିଲିପ ଜନ। ଏହି ଫିଲ୍ମରେ ଚେନ୍ନାଇକୁ କନେକ୍ସନ ରହିଛି। ଏହି ଫିଲ୍ମରେ ବିବେକ କାଲରାଙ୍କ ଦ୍ବାରା ଅଭିନୀତ ତାଙ୍କ ନିଖୋଜ ପିତାଙ୍କୁ ଖୋଜିବାକୁ ଚେନ୍ନାଇ ଯାତ୍ରା କରିବେ। ଫିଲ୍ମରେ ସାମନ୍ଥାଙ୍କ ଜରିଆରେ ଜଣେ ଜାସୁସର ସାହାଯ୍ୟ ନେବେ। ତେବେ ଏହି ଫଇଲ୍ମ ଇଂରାଜୀ ଏବଂ ତାମିଲ ଭାଷାରେ ରିଲିଜ ହେବ ବୋଲି କୁହାଯାଇଛି। ଏହି ଫିଲ୍ମର ପ୍ରଯୋଜକ ହେଲେ ରୁଷ ବ୍ରଦର୍ସ। ସାମନ୍ଥା ତାଙ୍କ ହଲିଉଡ ମୁଭିକୁ ନେଇ ଖୁବ ଏକ୍ସାଇଟେଡ। ସେ କେବେ ଭାବି ନ ଥିଲେ ତାଙ୍କୁ ହଲିଉଡରୁ ଅଫର ଆସିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର