ଚିରଞ୍ଜିବ ଟ୍ବିଟର ଜରିଆରେ କହିଛନ୍ତି, କିଛି ଦିନ ପୂର୍ବରୁ ଚିରଞ୍ଜୀବି ଏକ କ୍ୟାନସର ସେଣ୍ଟର ଉଦଘାଟନ କରିବାକୁ ଯାଇଥିଲେ।ଆଉ ସେ ସେଠାରେ କ୍ୟାନସରକୁ ନେଇ ସମସ୍ତଙ୍କୁ ସଚେତନ ହେବା ଦରକାର କହିଥିଲେ। ସମସ୍ତେ ଶରୀରର ରେଗୁଲାର ଚେକଅପ କରିବା ଦରକାର। ମୁଁ ଆର୍ଟ ଥିଲି ସେଥିପାଇଁ କଲନୋସ୍କୋପି କରାଇଥିଲି। ମୋ ଶରୀରରେ ନନ-କ୍ୟାନସର ପଲିପ୍ସ ଡିଟେକ୍ଟ ହୋଇଥିଲା। ତାକୁ କଢ଼ାଗଲା। ଯଦି ମୁଁ ଟେଷ୍ଟ କରି ନ ଥାନ୍ତି ଏହା ଆଗକୁ ଯାଇ କ୍ୟାନସର ହୋଇଥାନ୍ତା। ସେଥିପାଇଁ ସମସ୍ତଙ୍କୁ ଶରୀର ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ମୁଁ ବାସ ଏତିକି କହିଥିଲି। କିଛି ଗଣମାଧ୍ୟମ ସଂସ୍ଥା ନିଜର ଟିଆରପି ପାଇଁ ଗୁଜବ ଖବର ଚାରିଆଡେ ପ୍ରଚାର କରିଦେଲେ। ଏହା ଅତ୍ୟନ୍ତ ଲଜ୍ଜାଜନକ। ସେ ସବୁ ପତ୍ରକାରଙ୍କୁ ନିବେଦନ କରିଛନ୍ତି ଯେ, ଏଭଳି ମିଥ୍ୟା, ବକଓ୍ବାସ ଖବର ପ୍ରସାରଣ କରନ୍ତୁ ନାହିଁ।
ଚିରଞ୍ଜୀବି ଏହି ପୋଷ୍ଟ କରିବାପରେ ତାଙ୍କ ଫ୍ୟାନମାନେ ଆଶ୍ବସ୍ତି ଲାଭ କରିଛନ୍ତି। ତାଙ୍କ ଫ୍ୟାନମାନେ ତାଙ୍କୁ କମେଣ୍ଟରେ ଲେଖିଛନ୍ତି ଆପଣ ସବୁବେଳେ ସୁସ୍ଥ ଏବଂ ନୀରୋଗ ରୁହନ୍ତୁ। ଆପଣ ଠିକ ଥିବାରୁ ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଚିରଞ୍ଜୀବି ଗାରୁ ଆପଣ ଅବର ରୁହନ୍ତୁ। ଆମେ ଆପଣଙ୍କୁ ବହୁତ ଭଲ ପାଉ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର