ଆମେ ଏମିତି କାହିଁକି କହୁଛୁ ମୌସୁମୀ ବର୍ଷାରେ ଜଣେ ବୟସ୍କ କପଲ ମୁମ୍ବାଇର ସେହି ଲୋକେଶନକୁ ଯାଇ ଏହି ଗୀତରେ ରିଲ ବନେଇଛନ୍ତି। ତେବେ ଏହି କପଲଙ୍କ ରିଲକୁ ଷ୍ଟାଟସ ରଖିଛନ୍ତି ଓରିଜିନାଲ ସଙ୍ଗରେ ଥିବା ଅଭିନେତ୍ରୀ ମୌସମୀ ଚାଟାର୍ଜୀ।
ଅଧିକ ଖବର ପଢ଼ନ୍ତୁ: ତିରୁପତି ମନ୍ଦିର ଦର୍ଶନ କଲେ ସାଉଥ ସୁପରଷ୍ଟାର ଧନୁଷ
ମୌସୁମୀ ଏହି ସଙ୍ଗକୁ ଷ୍ଟାଟସ ରଖି ଲେଖିଛନ୍ତି, ମୁଁ ଏହି ଭିଡିଓକୁ ଯେତେବେଳେ ଦେଖିଲି ମୋର ଅତୀତ ମନେପଡ଼ିଗଲା। ଲୋକେ ଏବେ ବି ଏହି ଗୀତକୁ ସେତିକି ମନେରଖି ଭଲ ପାଇବା ଦେଉଥିବାରୁ ଭାରି ଖୁସି ଲାଗୁଛି। ମୌସମୀ ଆହୁରି ଇମୋସନଲ ହୋଇ କହିଛନ୍ତି ଆଜି ଯଦି ବାସୁ ଚାଟାର୍ଜୀ ବଞ୍ଚିଥାନ୍ତେ ସେ ମଧ୍ୟ ଏହି ଭିଡିଓ ଦେଖିକି ବହୁତ ଖୁସି ହୋଇଥାନ୍ତେ। ମୌସମୀ ଅତୀତରେ ଏହି ଗୀତର ଶୁଟିଂ କଥା ମଧ୍ୟ ଶେୟାର କରିଛନ୍ତି, ପୁରା ଗୀତଟି ଶୁଟିଂ କରିବାକୁ ଆମକୁ ଦୁଇଦିନ ଲାଗିଥିଲା। ପୁରା ସଙ୍ଗରେ ମୁଁ ଗୋଟିଏ ଶିଫନ ଶାଢ଼ି ହି ପିନ୍ଧିଥିଲି। ବର୍ଷା ସତରେ ହେଉଥିଲା। ବର୍ଷା ହେବା ପର୍ଯ୍ୟନ୍ତ ଗୀତ ଶୁଟି ହୋଇଥିଲା। ବର୍ଷା ବନ୍ଦ ହେଲା ଆମର ଶୁଟିଂ କମ୍ପ୍ଲିଟ ହେଲା ଆଉ ତା' ପରେ ମୁଁ ଘରକୁ ଚାଲିଆସିଥିଲି। ଆଜି ସେଇ ଗୀତକୁ ଆଉଥରେ ଲୋକମାନେ ଏତେ ଭଲ ପାଇବା ଦେଉଥିବାରୁ ଭାରି ଖୁସି ଲାଗୁଛି।
ଆହୁରି ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...