ଏକ ମଡେଲରର ପରଦା ପଛର କାହାଣୀ ।୫ ଫୁଟ ୧୧ ଇଞ୍ଚର ସୁନ୍ଦର ଦେଖାଯାଉଥିବା ସେହି ମଡେଲରର ଜୀବନ ଯେ କେତେ କଷ୍ଟଦାୟକ, ତାହା ସେ ନିଜେ କହିଛନ୍ତି ।
ମାଲାୟଲମ ଇଣ୍ଡଷ୍ଟ୍ରୀର ହେମା କମିଟିର ଅନେକ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ପାଇଥିବା ଅନେକ ମହିଳା ନିଜର ରାଜ ଖୋଲିଛନ୍ତି । କେବଳ ଯେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ ହୁଏ ତା ନୁହେଁ, ମଡେଲିଂ ବା ଫ୍ୟାଶନ ଇଣ୍ଡଷ୍ଟ୍ରୀରେ କିପରି କମ ବୟସର ମହିଳାମାନେ କାଷ୍ଟିଂ କାଉଚର ଶିକାର ହୁଅନ୍ତି, ତାହା ସେ କହିଛନ୍ତି । ଆଜି ଶୁଣିବା ସେଭଳି ଜଣେ ତରୁଣୀ ମହିଳାଙ୍କ କାହାଣୀ ।
ଏ କାହାଣୀ, ଏକ ୧୮ ବର୍ଷୀୟ ଝିଅର । ଯିଏ ନିଜ ନାଁ କୁ ଗୋପନ ରଖିଛନ୍ତି, କାରଣ ନାଁ କହିଦେଲେ ସେ ସମାଜରେ କି ନିଜ କର୍ମକ୍ଷେତ୍ରରେ ବଞ୍ଚି ପାରିବେନି । କଳଙ୍କର ଦାଗରୁ ଲୁଚାଇବାକୁ ସେ ନିଜର ନାଁ ଗୋପନ ରଖନ୍ତି ।ଦିନେ ମହଲରେ ବୁଲୁବୁଲୁ ମତେ ଜଣେ ସ୍କାଉଟ ଅର୍ଥାତ ଫ୍ୟାଶନ ଇଣ୍ଡଷ୍ଟ୍ରୀ ପାଇଁ ଯେଉଁମାନେ ବିଭିନ୍ନ ମଲ, ଏୟାରପୋର୍ଟ ଆଦି ଜାଗାରେ ମଡେଲର ସନ୍ଧାନରେ ଥାଆନ୍ତି , ସେ ଦେଖିବା ପରେ ମୋ ନାଁ ମଡେଲିଂ ପାଇଁ ଦେଇଥିଲେ । ସେଠାରେ ମତେ ଦେଖିବା ପରେ ମୋ ପାଖକୁ ମୁମ୍ବାଇ ଟିକେଟ ସହ ଗୋଟେ ଆଡ୍ରେସ ଆସିଥିଲା । ଯେଉଁଥିରେ ମତେ ମଡେଲିଂ ପାଇଁ ଅଡିସନ ଦେବାକୁ ଲେଖାଥିଲା ।
ମୁଁ ପ୍ରସ୍ତୁତ ହୋଇ ବାହାରି ପଡିଲି। ସେଠାରେ ପହଞ୍ଚିବା ପରେ ତରୁଣୀଙ୍କର ଲମ୍ବା ଲାଇନ ଲାଗିଥାଏ । ସମସ୍ତେ ପାଖାପାଖି ସୁନ୍ଦର , ଅଲିଜିବୁଲ୍ ଲାଗୁଥାନ୍ତି । ମୋ ମନରେ ବି ଅନେକ ଭୟ ଆଉ ଉତ୍ସାହ ଥାଏ । ଜଣକ ପରେ ଜଣେ ଆସିବା ପରେ, ମୋ ପାଳି ଆସିଲା । ସେତେବେଳେ ମୁଁ ଭିତରକୁ ଯାଇ ଦେଖିଲି ଦୁଇଜଣ ବ୍ୟକ୍ତି ବସିଥିଲେ । ମନରେ ଅନେକ ଆଶଙ୍କା, ଆଉ ଅନେକ ସ୍ବପ୍ନ , ସତରେ ମୁଁ ମଡେଲର ହେଇଯିବି ତ । ସେପଟୁ ହଠାତ ଜଣେ ବ୍ୟକ୍ତି କହିବାକୁ ଲାଗିଲେ, ଆପଣଙ୍କୁ ଆମେ ବିନା ପୋଷାକରେ ଦେଖଇପାରିବୁ ?? ଅଟକି ଗଲି ମୁଁ ....ସଙ୍ଗେ ସଙ୍ଗେ ପୁଣି ପ୍ଶ୍ନ ଆସିଲା, କଣ ତମେ ଆମକୁ ଏମିତି ପୋଜ୍ କରି ଦେଖାଇ ପାରିବ ? ଭୟରେ ଆଖି ବନ୍ଦ କରି ଦେଉଥାଏ ମୁଁ । ଏମିତି ପାଖାପାଖି ୧୫ ମିନିଟ୍ ଯାଏଁ ସେମାନେ ତାଙ୍କ ହିସାବରେ ଅନେକ ପ୍ରଶ୍ନ ପଚାରି ଚାଲିଥିଲେ ।
ଶେଷରେ ଇଂରାଜୀରେ କହିଲେ, ଯଦି ତମେ କମ୍ଫର୍ଟେବଲ୍ ନୁହେଁ , ତେବେ ସିଧା ମନା କରିପାରିବ । ହେଲେ ଏତେ କମ ବୟସରେ ଏତେ ସିନିୟର ଲୋକଙ୍କ ସାମ୍ନାରେ ମନା କରିବାର ସାହାସ ମୋ ଭିତରେ ନଥିଲା । ସେଠାରେ କିଛିବର୍ଷ ରହିବା ପରେ କାମ କମ୍ ହେଲେ ଅନ୍ୟ କ୍ଲାଇଣ୍ଡ ମାନଙ୍କୁ ଖୁସି କରିବାକୁ ପଡୁଥିଲା । ଅନେକ ଥର ରେଫ୍ ର ଶିକାର ହୋଇସାରିଛି । କିଛିବର୍ଷ ପରେ ଛାଡିଦେଲି । ଏବେ ମୁଁ ଷ୍ଟକ୍ ରେ ଟଙ୍କା ଲଗଉଛି, ଡ୍ରେସ ଡିଜାଇନ କରୁଛି । ଏମିତିରେ ଏ ଲାଇନରେ ମଡେଲିଂର ଅର୍ଥ କ୍ଷୀର ଉତୁରିବା ଭଳି । ଏକାଥରେ କୌଣସି ସୋ' ଦ୍ବାରା ଉପରକୁ ଚଢିଯିବା, ପୁଣି ଏକାଥରେ ତଳକୁ ଖସି ଆସିବେ । ଏମିତିରେ ବୟସ ଟିକେ ଅଧିକ ହେବା ପରେ ଆପଣଙ୍କ ଚେହେରାରେ ଯେତେବେଳେ ମଳିନତା ଆସିଯାଏ, ସେମାନେ ତାଙ୍କ ତରଫରୁ ହିଁ ମନା କରିଦେବେ ।
ତେବେ ମଡେଲିଂ କୁ ନେଇ ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଆପଣ ଏହି ଇଣ୍ଡଷ୍ଟ୍ରୀରେ ରହିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଗଡ୍ ଫାଦର ହେବାକୁ ପଡିବ । ବ୍ରେଭ, ପାୱାରଫୁଲ ହେବାକୁ ପଡିବ । ତାହେଲେ ଆପଣ ରହିପାରିବେ । ନହେଲେ ରହିବା ସମ୍ଭବ ନୁହେଁ ।