ମୁମ୍ୱାଇ: ବଲିଉଡର ଭାଇଜାନ ଅର୍ଥାତ୍ ସଲମାନ ଖାନ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସଲମାନ ଅପକମିଙ୍ଗ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ସଲମାନ ତାଙ୍କର ଜଣେ ଫ୍ୟାନଙ୍କୁ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ସଲମାନ ଗତ ୨୪ ତାରିଖ ବୁଧବାର ଦିନ ସୁଟିଂ ସେଟରୁ ସାଇକେଲ ଯୋଗେ ଫେରୁଥିବା ସମୟରେ ତାଙ୍କର ଅନେକ ଫ୍ୟାନ ମଧ୍ୟ ତାଙ୍କୁ ଦେଖିବାକୁ ଅନାଇ ବସିଥିଲେ । ମୁଭି ସେଟରୁ ମୁମ୍ବାଇ ଲିଙ୍କିଙ୍ଗ ରୋଡରେ ସଲମାନ ସାଇକେଲରେ ଯାଉଥିବା ବେଳେ ତାଙ୍କ ଦେହରକ୍ଷୀ ମାନେ ତାଙ୍କ ସୁରକ୍ଷା ପାଇଁ ବାଇକରେ ଚାଲୁଥିଲେ । ଏହି ସମୟରେ ଫ୍ୟାନ ଜଣଙ୍କ ତାଙ୍କ ଭିଡିଓ ଉତ୍ତୋଳନ କରିଥିଲେ । ଯାହାକୁ ସଲମାନ କିଛି କାଂଶରେ ନାପସନ୍ଦ କରିଥିଲେ ଏବଂ ଫ୍ୟାନଙ୍କ ହାତରୁ ଫୋନଟି ଛଡାଇ ନେଇଥିଲେ । ବିନା ଅନୁମତିରେ ଭିଡିଓ କରିବା ନେଇ ଫ୍ୟାନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ସଲମାନଙ୍କ ବଡିଗାର୍ଡ । ଯେମିତିକି ଫ୍ୟାନ ଜଣଙ୍କ କହିବା ଅନୁଯାୟୀ ସେ ବଡିଗାର୍ଡଙ୍କ ଅନୁମତି ନେଇ ସଲମାନଙ୍କ ଭିଡିଓ ଉତ୍ତୋଳନ କରିଥିଲେ ।
