ନୂଆଦିଲ୍ଲୀ : ବଲିଉଡ ଅଭିନେତା ଶାହାରୁଖ ଖାନ୍ ଓ ଗୌରୀ ଖାନଙ୍କ ଝିଅ ସୁହାନା ଖାନ୍, ଆଜିକାଲି ବେଶରେ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ସୁହାନା । ସବୁବେଳେ ଫଟୋ ଏବଂ ଭିଡିଓ ସେୟାର କରି ସେ ଚର୍ଚ୍ଚାରେ ରୁହନ୍ତି । ସେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରି ନାହାଁନ୍ତି ସତ, କିନ୍ତୁ ଫ୍ୟାନ ଫଲୋଇଙ୍ଗ କିଛି କମ୍ ନୁହଁନ୍ତି ତାଙ୍କର । ତାଙ୍କ ଫଟୋ ଏବଂ ଭିଡିଓକୁ ବେଶ ପସନ୍ଦ କରନ୍ତି ଫ୍ୟାନ୍ସ । ନିକଟରେ ସୋସିଆଲ ମିଡିଆରେ ଏକ ଡ୍ରଇଂ ସେୟାର କରିଛନ୍ତି ସୁହାନା । ତାଙ୍କର ଏହି ଡ୍ରଇଂ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶ ଥାଉକି, ସୁହାନା ତାଙ୍କ ମା’ଙ୍କ ପାଇଁ ଏକ ଖାସ୍ ଡ୍ରଇଂ କରିଛନ୍ତି । ସୁହାନା ତାଙ୍କ ଅଧିକାରିକ୍ ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ ଏକ ଡ୍ରଇଂ କରୁଥିବା ନଜର ଆସୁଛନ୍ତି । ଯେଉଁଥିରେ ସେ ମମ୍ ମାନେ ମା’ ଲେଖିଛନ୍ତି ।
ସୁହାନାଙ୍କର ଏହି ଡ୍ରଇଂକୁ ମା’ ଗୌରୀ ଖାନ୍ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ତାଙ୍କର ଏହି ଡ୍ରଇଂ ଦେଖିବା ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରୁଛନ୍ତି ।